jayashree

ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୨ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତଥା ଏଏସ୍‌ଡବ୍ଲୁ ତରଫରୁ ଆଗଲପୁର ବ୍ଲକ ଭରସୁଜା ପଂଚାୟତର ଗଣ୍ଡପାଲି ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ନବଜାତ ଶିଶୁ କଷକ୍ଷୀର ନ ପିଇବାର କୁପ୍ରଭାବ ଉଭୟ ମା’ ଓ ଶିଶୁ ଉପରେ ପଡିଥାଏ । ଏଣୁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗତ ୩୦ ବର୍ଷ ତଳେ ୧୯୯୨ ମସିହାଠାରୁ ସାରା ବିଶ୍ୱରେ ପ୍ରତିବର୍ଷ ଅଗଷ୍ଟ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରାଯାଇଥାଏ । ସ୍ତନ୍ୟପାନ ପାଇଁ ପଦକ୍ଷେପ ନେଇ ଏକ ସୁସ୍ଥ ସମାଜ ଗଠନ ଦିଗରେ ସମାଜକୁ ବାର୍ତ୍ତା ଦେବା ସହିତ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପଲ୍ଲୀ ଆଲୋକ ପାଠାଗାର ତରଫରୁ ପ୍ରୟାସ ଜାରି ରହିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର କିଶୋରୀ, ଗର୍ଭବତୀ, ପ୍ରସୂତି ମା ତଥା ଶାଶୁମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିସହିତ କଷକ୍ଷୀର ସମ୍ୱନ୍ଧୀୟ ଏକ ଜାଗରଣ ସଂଗୀତ ପରିବେଷଣ କରାଯାଇ ମା’ ଓ ଶିଶୁ ପାଇଁ ତାହା କେତେ ଗୁରୁତ୍ୱପୂର୍ଣ୍ଣ, ସେ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ଅଙ୍ଗନବାଡି କର୍ମୀ ରାଜକୁମାରୀ ବଗର୍ତି, ଆଶାକର୍ମୀ ଚନ୍ଦନ ହାତୀ ପରିଚାଳନା କରିଥିବା ବେଳେ ପିଣ୍ଟୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.