ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା ମୋ ପରିବାର ତରଫରୁ ଷ୍ଟଲ୍ ସ୍ଥାପନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା ମୋ ପରିବାର ତରଫରୁ ଏକ ଷ୍ଟଲ୍ ସ୍ଥାପନା କରାଯାଇଛି । ଏହି ଷ୍ଟଲ୍ ମାଧ୍ୟମରେ ଓଡ଼ିଶା ମୋ ପରିବାର ସାମାଜିକ ପ୍ରତିବଦ୍ଧତାର ବିଭିନ୍ନ କାର୍ଯ୍ୟକ୍ରମ ତଥା ରକ୍ତଦାନ ଏବଂ ଅଙ୍ଗଦାନ ଦ୍ୱାରା କିପରି ଲୋକମାନଙ୍କ ଜୀବନ ବଞ୍ଚାଇ ହେଉଛି ସେହି ବିଷୟରେ ସଚେତନ କରାଉଛି । ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ. ଆର.ସି ସହଯୋଗିତାରେ ଭିନ୍ନକ୍ଷମ ମାନଙ୍କୁ କିପରି କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି ଏବଂ ଏହା ଆଗକୁ କିପରି ପ୍ରତ୍ୟେକ ଦିବ୍ୟାଙ୍ଗଙ୍କୁ ଲାଭପ୍ରଦ କରାଇବ ସେ ବିଷୟରେ ସଚେତନତାର ବାର୍ତ୍ତା ଦିଆଯିବା ସହିତ ଏସ.ବି.ଟି.ସି ସହଯୋଗିତାରେ ରକ୍ତଦାନର ମହତ୍ତ୍ଵକୁ ଲୋକମାନଙ୍କ ପାଖରେ ପହଞ୍ଚାଯାଉଛି । କର୍କଟ ରୋଗୀ କିପରି ଚିକିତ୍ସାର ସଠିକ୍ ମାର୍ଗଦର୍ଶନ ପାଇପାରିବେ, ସେଥିପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ସହଯୋଗିତାରେ ସଚେତନ କରାଯାଉଛି । ତନ୍ମଧ୍ୟରୁ ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଏବଂ ଦିବ୍ୟାଙ୍ଗମାନେ କିପରି ସୁବିଧାରେ ବାଲିଯାତ୍ରାର ଭରପୁର ମଜା ନେବେ, ସେମାନଙ୍କ ପାଇଁ ହ୍ଵିଲଚେୟାରର ବ୍ୟବସ୍ଥା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବାଲିଯାତ୍ରା ପରିଦର୍ଶନ କରିବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତି ପଞ୍ଜୀକରଣ କରିପାରିବେ ବୋଲି କୁହାଯାିଛି । ଓଡ଼ିଶା ମୋ ପରିବାର ଷ୍ଟଲ୍ ପରିଦର୍ଶନ ସମୟରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟନାୟକଙ୍କ ସମେତ ରାଜ୍ୟ ସଂଯୋଜକ ମିହିର ରାୟ ଏବଂ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏହି ବାଲିଯାତ୍ରା ଷ୍ଟଲ୍‌ର ପରିଚାଳନାକୁ ସଂଯୋଜନା କରିଥିଲେ । ଭୁବନେଶ୍ୱର ବାଲିଯାତ୍ରାରେ ଷ୍ଟଲ ସ୍ଥାପନ କରିବାରେ ସହାୟତା ପାଇଁ ଭୁବନେଶ୍ୱର ବାଲିଯାତ୍ରା କମିଟିର ସଭାପତି, ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ମୋ ପରିବାରର ସଦସ୍ୟ ସୁଶାନ୍ତ ରାଉତ, ସମ୍ପାଦକ ତପନ ବଳିୟାରସିଂହ, କାର୍ଯ୍ୟକାରୀ ସଭାପତି ତଥା ସମ୍ପାଦକ(ଓଡ଼ିଶା ମୋ ପରିବାର) ସୁବାଶ ପାତ୍ର ଏବଂ ଆବାହକ ଯଶୋବନ୍ତ ଓଝାଙ୍କୁ ଓଡ଼ିଶା ମୋ ପରିବାର ପକ୍ଷରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

error: Content is protected !!