ଭଗବାନ ଶ୍ରୀରାମଙ୍କ ଓଡ଼ିଆ ଭକ୍ତି ଭଜନ ‘‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’’ ଶେୟାର କଲେ ପ୍ରଧାନମନ୍ତ୍ରୀ

  • ସରୋଜ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏ ଭଜନକୁ ଗାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଭଜନ, ଜଣାଣ ପ୍ରସ୍ତୁତ କରିବା ସହିତ ସେଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଶେୟାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଭାଷାରେ ପ୍ରସ୍ତୁତ ରାମ ଭଜନର ୟୁଟ୍ୟୁବ୍‌ ଲିଙ୍କ୍‌ ସାମାଜିକ ଗଣମାଧ୍ୟମରେ ଶେୟାର କରିସାରିଛନ୍ତି । ଏହି କ୍ରମରେ ଆଜି ଶ୍ରୀରାମ ଓ ଅଯୋଧ୍ୟା ନଗରୀ ଉପରେ ପ୍ରସ୍ତୁତ ଏକ ଭାବପୂର୍ଣ୍ଣ ଓଡ଼ିଆ ଭଜନର ୟୁଟ୍ୟୁବ୍‌ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ଶ୍ରୀରାମଙ୍କ ଉପରେ ଆଧାରିତ ଓଡ଼ିଆ ଭକ୍ତି ଭଜନ ‘‘ଅଯୋଧ୍ୟା ନାଗରୀ ନାଚେ ରାମଙ୍କୁ ପାଇ’’ ଶେୟାର କରିବା ସହ ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସରୋଜ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏ ଭଜନକୁ ଗାଇଛନ୍ତି ବିଶିଷ୍ଟ ଗାୟିକା ନମିତା ଅଗ୍ରୱାଲ । ଗୋଟିଏ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :
‘‘ଭାରତର ପ୍ରତ୍ୟେକ ପ୍ରାନ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ରହିଛି । ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣଙ୍କୁ ତାଙ୍କ ପ୍ରତି ସମର୍ପିତ ଅନେକ ଭଜନ ଦେଖିବାକୁ ମିଳିବ ।

Leave A Reply

Your email address will not be published.