ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଜଣାଶୁଣା ସମସ୍ତଙ୍କ ପ୍ରିୟ କ୍ଷୀରୋଦ୍ର ମେହେର (୮୦)ଙ୍କ ପାଇକମାଲ ସ୍ଥିତ ବାସ ଭବନରେ ତାଙ୍କ ଦେହାନ୍ତ ହୋଇଯାଇଛି । ସେ ପ୍ରାୟ ୨ ମାସ ହେବ ଅସୁସ୍ଥ ହୋଇ ଔଷଧ ସେବନ କରୁଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟବାଦୀ, ସ୍ୱେଚ୍ଛାସେବୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ବିବାହିତ ୩ ପୁଅ ୩ ଝିଅ, ନାତି ନାତୁଣୀ, ତଥା ବିଧବାପତ୍ନୀ ସୁଲୋଚନା ମେହେରଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ତାଙ୍କର ଶବାଧାହରେ ବହୁତ ଲୋକ ଏକତ୍ରିତ ହୋଇଥିବା ବେଳେ ପୁତ୍ର ଅଶ୍ୱିନୀ ତାଙ୍କୁ ମୁଖାଗ୍ନି ଦେଇଥିଲେ ।