ଶ୍ରେଣୀ କୋଠରୀ ଅଭାବରୁ ବାରଣ୍ଡାରେ ପଢୁଛନ୍ତି ଚେରେଙ୍ଗାମୁଣ୍ଡା ବିଦ୍ୟାଳୟର ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଚେରେଙ୍ଗାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୧୦୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗୋଟିଏ ଶ୍ରେଣୀର ବାରଣ୍ଡାରେ ଅଫିସ ଖୋଲା ଯାଇଛି । ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ୫ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ବିଗତ କିଛି ବର୍ଷ ହେଲା ସରପଞ୍ଚ ତଥା ସ୍ଥାନୀୟ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ ସାହୁ କହିଛନ୍ତି । ଅପରପକ୍ଷରେ ତୁରନ୍ତ ଏହି ବିଦ୍ୟାଳୟଙ୍କୁ ନୂତନ ଶ୍ରେଣୀ ଗୃହ ନିମନ୍ତେ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.