ଖପ୍ରାଖୋଲରେ ତାଲୁକା ଆଇନ୍ ସେବା ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ : ଶ୍ରମିକଙ୍କ ସୁରକ୍ଷା ନେଇ ଆଲୋକପାତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ପାଟଣାଗଡ ତାଲୁକ ଆଇନ ସେବା କମିଟି ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ରବିବାର ପାଳିତ ହୋଇଯାଇଛି । କମିଟି ସଦସ୍ୟ ଆଇନଜୀବୀ ଭକ୍ତରାମ୍ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ କମିଟି ସଭାପତି ତଥା ଏଡିଜେ ପାଟଣାଗଡ ଶ୍ୱେତା ମିଶ୍ର, ସମ୍ମାନିତ ଅତିଥି ରୂପେ ସିଭିଲ ଜଜ୍ ଅରୁଣ ପଟ୍ଟନାୟକ, ଏସ୍‌ଡିଜେଏମ୍‌ ଜଜ୍‌ ଲୋପାମୁଦ୍ରା ପ୍ରକାଶ, ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠି, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର, ସଦସ୍ୟା ସାରଦା ଗୋୟେଲ, ଆଇନଜୀବୀ ତ୍ରିଲୋଚନ ପୁଞ୍ଜି ପ୍ରମୁଖ ଯୋଗ ଦେଇ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ । ସେହିପରି ଶ୍ରମିକଙ୍କ ସାମାଜିକ ସୁରକ୍ଷା ସହିତ ଶ୍ରମ ଆଇନ ଓ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ସଭାରେ ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ ।

jittmm

Comments are closed, but trackbacks and pingbacks are open.