ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ ପକ୍ଷରୁ ଦିବଂଗତ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏକ ଶୋକସଭା ଅଦ୍ୟ ସ୍ଥାନୀୟ ଜୈନଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଡ.ଘନଶ୍ୟାମ ଜୈନ ସଭାପତିତ୍ୱ କରିଥିବା ବେଳେ ଉପସଭାପତି ବୈରିଗଂଜନ ମିଶ୍ର, କୋଷାଧ୍ୟକ୍ଷ ବୃନ୍ଦାବନ ଷଡଙ୍ଗୀ ଏବଂ ଶିକ୍ଷାବିତ୍ ବ୍ରହ୍ମାନନ୍ଦ ପୁହାଣ ମଂଚାସୀନ ଥିଲେ । ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଚୌଧୁରୀ ଜଣେ ଆଦର୍ଶ ଶିକ୍ଷକ, ସମାଜସେବକ, ସାଂସ୍କୃତିକ ସଂପନ୍ନ ବ୍ୟକ୍ତିତ୍ୱ, ଆଧ୍ୟାତ୍ମ୍ୟବାଦୀ ପୁରୁଷ ତଥା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଦସ୍ୟ ଭାବରେ ବହୁବର୍ଷ ରହିଥିଲେ ଏବଂ ବଂଧୁବତ୍ସଳ ମଣିଷ ଭାବରେ ସମସ୍ତଙ୍କର ପ୍ରିୟ ଥିଲେ ବୋଲି ସଘ୍ୟ ବନମାଳୀ ଦାଶ, ଡ.ଘନଶ୍ୟମ ଜୈନ, ବୈରିଗଂଜନ ମିଶ୍ର, ଶୁକଦେବ ଯୋଷୀ, ଶଚିକାନ୍ତ ରଥ, ଚୂଳମଣି ସାହୁ, ଅକ୍ଷୟ କୁମାର ବେହେରା, ଜଗଦୀଶ ଅଗ୍ରଵାଲ, ଲକ୍ଷ୍ମୀକାନ୍ତ ମହାପାତ୍ର, ଈଶ୍ୱର ଚନ୍ଦ ଜୈନ, ବଳରାମ ସାହୁ, ବ୍ରହ୍ମାନନ୍ଦ ପୁହାଣ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଉପସ୍ଥିତ ସଘ୍ୟବୃନ୍ଦ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ପୂର୍ବକ ଶୋକାପ୍ଳୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ବୃନ୍ଦାବନ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.