ମହମ୍ମଦ ରଫିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ହମ୍ ନୌସାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦୀ ଚଳଚ୍ଚିତ୍ରର ସୁନାମଧନ୍ୟ ଗାୟକ ସ୍ୱର୍ଗତ ମହମ୍ମଦ ରଫିଙ୍କ ୪୪ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ହମ୍ ନୌସାଦ ତରଫରୁ ରାଉରକେଲା କ୍ଲବ୍ ଠାରେ ଶାମ୍ ଇ ରଫି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମଞ୍ଚ ସଂଯୋଜକ ସାଗର ଦାସଙ୍କ ସଂଯୋଜନା ଓ ମହମ୍ମଦ କାଶିମ୍‌ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ଡିଆଇସି ଅତନୁ ଭୌମିକ ମୁଖ୍ୟ ଅତିଥି ଓ ଇଡି ଏସ୍‌ଆର୍‌ ସୂର୍ଯ୍ୟବଂଶୀ, ଇଡି ତରୁଣ ମିଶ୍ର, ଇଡି ଆଲୋକ ବର୍ମା, ଇଡି ଏସ୍‌କେ ବେହୁରିଆ, ହର୍ଷିଲା ସୂର୍ଯ୍ୟବଂଶୀ, ପ୍ରଭାତୀ ମିଶ୍ର, ନମ୍ରତା ବର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ରଫିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ହମ୍ ନୌସାଦ ତରଫରୁ ଆତିସ ସରକାର, ମହମ୍ମଦ କାଶିମ, ଅର୍ଚ୍ଚନା ଶତପଥୀ, ଆକାଂକ୍ଷିତା ନାୟକ, ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଓ ବଲଜିତ୍ ସିଂ ପ୍ରମୁଖ ମହମ୍ମଦ ରଫିଙ୍କ ଦ୍ୱାରା ଗାୟନ କରିଥିବା ସୁମଧୁର ସଂଗୀତକୁ ପରିବେଷଣ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଡ. ସଞ୍ଚିତା ଚୌଧୁରୀଙ୍କ ଅନୁପସ୍ଥିତିରେ ତାଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ ଓ ସ୍ୱାଗତ ଭାଷଣ ଆଭାସୀ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ବିତିଶ ବରଣ ନାୟକ, ସୌମ୍ୟ ପଟ୍ଟନାୟକ, ସିୱଶ ସା, ଅସୀନ ବାହାଲା, ମହମ୍ମଦ ଆୟାନ, ସୁସ୍ମିତା କୁଜୁର ପ୍ରମୁଖ ରଫିଙ୍କର ଗୀତ ଗୁଡିକୁ ଗାୟନ କରିଥିଲେ । କାର୍ଯ୍ୟକ୍ରମରେ କାଂଶବାହାଲର କଳାକେନ୍ଦ୍ରର ଗୁରୁ ସାଗରିକା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରଫି ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.