ଡ. ଏ. ପି. ଜେ. କଲାମଙ୍କୁ ବିଜେପିର ଭାବପୂର୍ଣ୍ଣ ବିନମ୍ର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ବିଜେପି ତରଫରୁ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ. ଅବଦୁଲ କଲାମଙ୍କୁ ତାଙ୍କ ପୂନ୍ୟ ତିଥିରେ ଭକ୍ତିପୂତ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପାଇଁ ବିଜେପି ରାଷ୍ଟ୍ରୀୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ଦ୍ଵାରା ସ୍ଥିରୀକୃତ ହେବାପରେ ଆଜି ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଭାରତର ପୂର୍ବତନ ରାଷ୍ଟ୍ରପତି , ଯୁବ ପିଢ଼ିକୁ ନୂଆ ଦିଗଦର୍ଶନ ଦେଖେଇ ଥିବା ମିଶାଇଲ ମ୍ୟାନ୍‌, ବିଶିଷ୍ଠ ବୈଜ୍ଞାନିକ ଭାରତ ରତ୍ନ ଡ. ଏ. ପି. ଜେ. ଅବଦୁଲ କଲାମଙ୍କ ପୁନ୍ୟ ତିଥିରେ ଆଜି ବିଜେପି ରାଉଲକେଲା ଜିଲ୍ଲା କାର୍ଯ୍ୟାଳୟ ବି -୩୩, ସେକ୍ଟର -୩ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅଳ୍ପ ସଂଖ୍ୟକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଗୁର୍ବିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଡ. କଲାମଙ୍କ ଫଟୋ ଚିତ୍ରରେ ଉପସ୍ଥିତ ବିଜେପିର ବରିଷ୍ଠ ନେତୃବୃନ୍ଦ ଡ. ଏ. ପି. ଜେ କଲାମଙ୍କୁ ଭାବପୂର୍ଣ୍ଣ ବିନମ୍ର ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ଏହି କାର୍ଯ୍ୟକ୍ରମର ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ କୁମାର ପଟ୍ଟନାୟକ ଓ ଡ. କଲାମଙ୍କ ସୃତିଚାରଣ କରିବା ସହିତ ସେ ଭାରତକୁ ଡିଫେନ୍ସ କ୍ଷେତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର କରିବାରେ ନିରନ୍ତର ପ୍ରୟାସ କରିଥିଲେ ବୋଲି ପ୍ରକାଶ କରିଥିଲେ । ତାଙ୍କର ଭାରତ ପ୍ରତି ଅବଦାନ ଓ ଦୃଷ୍ଟିକୋଣକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହିତ ସେ ନିଜ ଜୀବନକୁ କିପରି ରାଷ୍ଟ୍ର ହିତରେ ସମର୍ପିତ କରିଥିଲେ ତାକୁ ପ୍ରକାଶ କରିଥିଲେ । ତାଙ୍କର ସ୍ୱପ୍ନକୁ ସାକାର କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସରୋଜ ଦାସ, ମନୋରଞ୍ଜନ ମୁନି, ଆଶା ନାଇଡୁ, ରଂଜିତ ନାୟକ, ଶ୍ରୀକାନ୍ତ ରାୟଙ୍କ ସମେତ ବହୁ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.