ଜୟପାଟଣା ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ସହରର ମହାବୀର ପଡା ସ୍ଥିତ ପୂଜା ମଣ୍ଡପରେ ଅଷ୍ଟମ ଥର ପାଇଁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ଶତାଧିକ ମହିଳା ଭଜନ କୀର୍ତ୍ତନର ତାଳେ ତାଳେ ବଡ଼ ବନ୍ଧରୁ ପବିତ୍ର କଳସ ଆଣି ଯଜ୍ଞ ସ୍ଥଳୀରେ ପହଞ୍ଚିବା ପରେଭବ୍ୟ ସ୍ୱାଗତର ସହ ଅଧିବାସ କର୍ମ ଆରମ୍ଭ କରାଯାଇଥିଲା । ବୁଧବାର ଠାରୁ ପୂଜା କାର୍ଯ୍ୟ ଆରମ୍ଭ ହେବା ପରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତିର ସହ ମା’ଙ୍କ ଦର୍ଶନ କରି ଭଜନ, କୀର୍ତ୍ତନ, ଆରତୀ ଓ ଅନ୍ନ ପ୍ରସାଦରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଜୟପାଟଣା ଏକ ଭାଇଚାରାର ସହର ହୋଇଥିବାରୁ ସମସ୍ତ ବର୍ଗର ସହଯୋଗ ଦେଖିବାକୁ ମିଳିଛି । ମା’ଙ୍କ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ଶହ ଶହ ଶ୍ରଦ୍ଧାଳୁ ଆସି ମା’ଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ସ୍ଥାନୀୟ ରାଜେଶ କୁମାର ଓ ଧର୍ମପତ୍ନୀ ସଞ୍ଜୁ ଅଗ୍ରୱାଲ ଯଜମାନ ଭାବରେ ସଂକଳ୍ପ ନେଇଥିବା ବେଳେ ପଣ୍ଡିତ ହୃଷୀକେଶ ମୁଣ୍ଡ ପୂଜା କର୍ମ ତୁଲାଉଛନ୍ତି । ସବୁ ବର୍ଗର ସହଯୋଗ ଓ ଶୃଙ୍ଖଳିତ ପରିଚାଳନା ପାଇଁ ଗଜଲକ୍ଷ୍ମୀ ପୂଜା କମିଟି ସମସ୍ତ ଶ୍ରଦ୍ଧାଳୁଙ୍କୁ ଶୁଭ କାମନା ଜଣାଇଛନ୍ତି ।

Leave A Reply

Your email address will not be published.