ଏଇ ମାଟିର ସ୍ୱର ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ଏଇ ମାଟିର ସ୍ୱର” ପକ୍ଷରୁ ମହାନାୟକ ମହର୍ଷି ମନୋଜ ଦାସଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ସ୍ମୃତିଚାରଣ ସଭା କୋଭିଡ଼ ନିୟମକୁ ମାନି ୱେବିନାର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଓଡି଼ଶାର ଚିର ପରିଚିତ କବି, ନାଟ୍ୟକାର ତଥା ଚନ୍ଦ୍ରଭାଗାର ସମ୍ପାଦକ ଶ୍ରୀଦେବ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟା ଭାରତୀ ଓ ବହିଘରର ମୁଖ୍ୟ ତଥା କବି ଅଭୟ ଦାସ ଓ ମୁଖ୍ୟବକ୍ତା ଭାବରେ ମନୋଜ ଦାସଙ୍କୁ ଅତି ନିକଟରୁ ଅନୁଭବିଥିବା ଡ଼ଃ ସୁକାନ୍ତି ମହାପାତ୍ର ଯୋଗଦେଇ ୍ରୀ ଦାସଙ୍କ ସହିତ ରହିଥିବା ଅନୁଭୁତି ବଖାଣିଥିଲେ । ମନୋଜ ଦାସଙ୍କର “ଲକ୍ଷ୍ମୀର ଅଭିସାର” ଗପଟିକୁ ପାଠ କରିଥିଲେ ଅମ୍ବିକେଶ ରାଉତ । ଓଡି଼ଶାର ଚିର ପରିଚିତ କବି ଏବଂ ଗାଳ୍ପିକ କଲ୍ୟାଣି ନନ୍ଦ, ରାଜେନ୍ଦ୍ର ଗିରି, ମୈତ୍ରେୟୀ କମିଳା, ଦେବବ୍ରତ ଜେନା, ପରେଶ ଚନ୍ଦ୍ର ଦାସ, ଦେବବ୍ରତ ଦେ, ଡ଼ଃ ଅରୁନ୍ଧତୀ ମହାନ୍ତି, ଅମ୍ବିକେଶ ରାଉତ, ଡ଼ଃ ପ୍ରିୟମ୍ବଦା ସାମଲ, ଜ୍ୟୋତ୍ସ୍ନା ରାୟ, ସ୍ନିଗ୍ଧା ସାମନ୍ତରାୟ, ବିଚିତ୍ରା ତ୍ରିପାଠୀ, ଡ଼ଃ ନମିତା ପଟ୍ଟନାୟକ, ଲକ୍ଷଣକୁମାର, ସଂଜୟ ପଣ୍ଡା, କଳ୍ପତରୁ ପାତ୍ର, ବସନ୍ତ ମାଝୀ, ଜଗଜ୍ୟୋତି ମହାନ୍ତି, ପ୍ରସାନ୍ତ ମଲ୍ଲିକ, ରଶ୍ମିରଞ୍ଜନ ମହାପାତ୍ର, ଗୋୖରିଶ ରାୟ ପ୍ରମୁଖ ଯୋଗ ଦେଇଥିଲେ । ମୈତ୍ରେୟୀ କମିଳା ଓ ରାଜେନ୍ଦ୍ର ଗିରି ସଭା ପରିଚାଳନା କରିଥିବା ବେଳେ କବି ଦେବବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.