ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ପାଟଣାଗଡ, (ଗୋରେଖନାଥ ବରିହା) : ରାଧାକାନ୍ତ ଭୋଇ ଚାରେଟେବୁଲ ଟ୍ରଷ୍ଟ, ଦମକିପାଲି ଆନୁକୁଲ୍ୟରେ ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ଓ ସ୍ୱର୍ଗତ ଭୋଇଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ମୋହନ ଭୋଇଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ବିରଞ୍ଚି ନାରାୟଣ ଦାଶ । ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ମୁଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ଡ. ହଳଧର ନାଗ ଯୋଗ ଦେଇଥିଲେ । ସୁଭାଷିତ୍ ଶିଶାଙ୍ଗ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରତିକାନ୍ତ ଭୋଇ ଟ୍ରଷ୍ଟର ବିବରଣୀ ପାଠ କରିଥିଲେ । ସୁଶ୍ରୀ ସବିତା ଭୋଇ ଗୀତାପାଠ କରିଥିଲେ । ସମାଜସେବୀ ଓ ଆଇନଜୀବୀ ଶଙ୍କର ପ୍ରସାଦ ପ୍ରଧାନ(ରାଣା)ଙ୍କୁ ରାଧାକାନ୍ତ ଭୋଇ ସ୍ମୃତି ସମାଜସେବୀ ସମ୍ମାନ, ସମାଜସେବୀ ଓ ଶ୍ରେଷ୍ଠ ଚାଷୀ ବାଳକୃଷ୍ଣ ବେହେରାଙ୍କୁ ରାଧାକାନ୍ତ ଭୋଇ ସ୍ମୃତି କୃଷି ସମ୍ମାନ ଦିଆଯାଇଥିଲା । ଶ୍ରୀଯୁକ୍ତ ବିଶି ଗ୍ରାମାଞ୍ଚଳରେ ଏପରି କାର୍ଯ୍ୟକ୍ରମ ଦ୍ୱାରା ଯୁବଗୋଷ୍ଠୀ ଉତ୍ସାହିତ ହେବେ ଓ ସ୍ୱର୍ଗତ ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ମୁଖ୍ୟବକ୍ତା ପଦ୍ମଶ୍ରୀ ଡ. ହଳଧର ନାଗ ଜୀବନରେ କଠିନ ପରିସ୍ଥିତି ଦେଇ ମଣିଷ ଆଗକୁ ବଢେ ଓ ଉତ୍ତମ କାର୍ଯ୍ୟ ଦ୍ୱାରା ଦେଶ ଜାତିର ହିତ କରିବାକୁ କୋଶଲୀ କବିତା ମାଧ୍ୟମରେ ଉତ୍ସାହିତ କରିଥିଲେ । ରଜନୀକାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛା, ମମତା ପଣ୍ଡା, ଜତୀନ୍ଦ୍ର ତାଣ୍ଡି, ମନୋଜ ଭୋଇ, ସୌମ୍ୟା, ଶ୍ୱେତା, ସୋହମ୍ ଓ ଦମକିପାଲି ଗାଁ କଲ୍ୟାଣ ଯୁବଗୋଷ୍ଠୀ ସହଯୋଗ କରିଥିଲେ ।

Leave A Reply

Your email address will not be published.