ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବହୁ ପ୍ରସିଦ୍ଧ ପୁରାତନ ଶୈବପୀଠ ଦେବଗିର ପଞ୍ଚମୁଖେଶ୍ୱରରେ କାଉଡିଆଙ୍କ ଭିଡ ଜମିଥିବା ଦେଖିବା ମିଳିଛି । ଏହି ଶୈବପୀଠ ସଦରରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଥିବା ବେଳେ ଦୁଇଟି ପାହାଡ଼ ମଧ୍ୟ ଭାଗରେ ଏକ ଗୁମ୍ଫା ମଧ୍ୟରେ ପୂଜା ପାଉଛନ୍ତି ପଞ୍ଚମୁଖେଶ୍ୱର ସ୍ପଟିକ ଲିଙ୍ଗ । ନିଜର ମନୋସ୍କାମନା ପୂରଣ ପାଇଁ ମାନସିକ ରଖିଥିବା ବୋଲବୋମ ଭକ୍ତମାନେ ନାଗାବାଳି ଓ କଲ୍ୟାଣୀ ନଦୀରୁ ନୀତି ନିୟମ ଅନୁଯାୟୀ ପୂଜାପାଠ କରି ସଙ୍ଗମ ସ୍ଥଳରୁ ଜଳ ଉଠାଇ ବୋଲବମ ଭକ୍ତମାନେ ଚାଲି ଚାଲି ପାହାଡ଼ର ୫୪୫ଟି ପାହାଚ ଅତିକ୍ରମ କରି ସ୍ପଟିକ ଲିଙ୍ଗ ଉପରେ ଜଳ ଅଭିଷେକ କରିଥାନ୍ତି । ଜଳ ଅଭିଷେକ କଲା ପରେ ବିଭିନ୍ନ ମନୋସ୍କାମନା ରହିଥିବା ମାନସିକ ଧାରୀମାନେ ମନୋସ୍କାମନା ପୂରଣ ହେଉଛି ବୋଲି ନିଜର ଆଶା ଭରସା ରଖି ଏହି ପୀଠକୁ ଆସିଥାନ୍ତି ।
