oom

ଶ୍ରାବଣ ମାସ ଦ୍ଵିତୀୟ ସୋମବାର : ଝିପି ଝିପି ବର୍ଷାରେ ବୋଲ୍‌ବମ୍

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ଶୈବପୀଠରେ ଜଳଲାଗି ପାଇଁ ଉପଯୁକ୍ତ ଶୁଭଲଗ୍ନ ସ୍ଥିର ହୋଇଛି । ଆଜି ଶ୍ରାବଣ ମାସ ଦ୍ଵିତୀୟ ସୋମବାର ହେତୁ ଦେବାଧି ଦେବ ମହାଦେବଙ୍କ ହରିଶଙ୍କର ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାଉଡ଼ିଆ ମାନେ ପବିତ୍ର ପାପନାଶିନୀ ଝରଣାରୁ ଜଳ ଆଣି ମହାଦେବଙ୍କୁ ଆବାହନ କରି ଫୁଲ, ଚନ୍ଦନ, ବେଲପତ୍ର, ପାନପତ୍ର, ଧୂପ, ଦୀପ ସହ ଗଞ୍ଜେଇ ଭୋଗ ଅର୍ପଣ କରି, କାନ୍ଧରେ ବାହୁଙ୍ଗି କଳସ ଭାର ଧରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି । ହରିଶଙ୍କର ଠାରେ ରବିବାର ଦିନଠାରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ରାଜ୍ୟ ବାହାରୁ କାଉଡ଼ିଆମାନେ ଏହି ଶୈବପୀଠକୁ ଆସି ପୂଜାଚ୍ଚର୍ନା କରି ମନ ବାଞ୍ଛିତ ଫଳ ପାଇବା ପାଇଁ ଜଳଭାର ଉଠାଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି । ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା । ଝିପିଝିପି ବର୍ଷାରେ ବୋଲ୍‌ବମ୍‌ ହର ହର ବମ୍ ଏବଂ ଜଟିଆ ବାବା ପାର୍ କରେଗା ଧ୍ଵନିରେ ରାସ୍ତାଘାଟ ପ୍ରକମ୍ପିତ ହେଉଥିଲା । ପ୍ରାତଃ ସମୟରେ କାଉଡ଼ିଆମାନେ ଶିବଙ୍କ ମଥାରେ ଜଳ ଲାଗି କରିଥିଲେ । ପ୍ରଭୁଙ୍କ ମଥାରେ ଜଳ ଲାଗି କରିବା ଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି କାଉଡ଼ିଆ ଭକ୍ତ ମାନେ ମତ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.