centurian jitm

ଟିକ୍ରାପଡା ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

nschool

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ୧୫ ତମ ବାର୍ଷିକ କ୍ରୀଡ଼ା ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଯାପନୀ ଉତ୍ସବରେ ବିଦ୍ୟୁତ ପରିଷଦର ସମ୍ପାଦକ ଟୁନୁ ରାଜପଳିଆ ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିବା ବେଳେ ଚଲକି ସରପଞ୍ଚ ସତ୍ୟବ୍ରତ ଭୋଇ ସମ୍ମାନିତ ଅତିଥି, ପରିଚାଳନା ସମିତିର ସମ୍ପାଦକ ବିକାଶ ଚନ୍ଦ୍ର ମିଶ୍ର ନିମନ୍ତ୍ରିତ ଅତିଥି, ଯୁଗ୍ମ ସମ୍ପାଦକ ଅଶ୍ୱିନୀ କୁମାର ବରିହା ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟୁତ ପରିଷଦର ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ସିଂ ଦେଓ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ କ୍ରୀଡାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ନିମନ୍ତ୍ରିତ ଅତିଥିଭାବରେ ପରିଚାଳନା ସମିତିର ସଭାପତି ପ୍ରମୋଦ କୁମାର ପଶାୟତ ଓ ମାତୃ ଭାରତୀର ସଭାନେତ୍ରୀ ସୁନିତା ମେହେର ଯୋଗଦାନ କରି କ୍ରୀଡ଼ା ଉତ୍ସବକୁ ଉଦ୍‌ଘାଟିତ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କତୁଆ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଵା ବେଳେ ଗୁରୁମା ଦୀପ୍ତିମୟୀ ଦାଶ ସଭାକୁ ସଂଯୋଜନା କରିଥିଲେ । ଉକ୍ତ ଖେଳକୁ ଶାରୀରିକ ପ୍ରମୁଖ ମଣ୍ଟୁ ବାଗ ପରିଚାଳନା କରିଥିଲେ । ଏହି ପରିପେକ୍ଷୀରେ ବାଳ ବର୍ଗରେ ଶିବାଙ୍ଗୀ ବିଶ୍ୱାଳ ଓ ଛନୁପ ମେହେର ଚାମ୍ପିୟନ ହୋଇଥିବା ବେଳେ ଶିଶୁ ବର୍ଗରେ ଆକାଂକ୍ଷା ପ୍ରିୟଦର୍ଶିନୀ ବରିହା ଚାମ୍ପିୟନ ବିବେଚିତ ହୋଇଛନ୍ତି । ଏହି କ୍ରୀଡ଼ା ଗୁରୁମା ମଧୁମତୀ ମହାକୁର, ଅର୍ଚ୍ଚନା ଦାସ, କୁନ୍ଦଳତା ପଣ୍ଡା, ଅନୁସୟା ପଣ୍ଡା, ସୁଶ୍ରୀ ଦମୟନ୍ତୀ ବେଣ୍ଟକାର, ଗୁରୁଜୀ ମାନଭଞ୍ଜନ ମାଝୀ, ଅଶ୍ୱନୀ ବେଣ୍ଟକାର, ରିଶି ହରିପାଳ କ୍ରୀଡା ପରିଚାଳନାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ବିକାଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.