ବରଗଡ, (ନିରୋଜ କୁମାର ପାଣୀ) : ଆଜି ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଗୃହ ବିଭାଗର ଚିଠି ସଂଖ୍ୟା ୨୪୦୯୭/୯.୭.୨୧ ଅନୁଯାୟୀ ନୂଆପଡା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ରାହୁଲ ଜୈନଙ୍କୁ ବରଗଡ଼ ଜିଲ୍ଲା ଏସପି ଭାବେ ବଦଳି ହୋଇଛି । ସେ ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ସ୍ଥାନରେ ଯୋଗ ଦେବେ । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଦେବଦତ୍ତ ସିଂ ଆଇଜିପି ମୁଖ୍ୟାଳୟରେ ଯୋଗ ଦେବେ ।