jayashree

ସ୍ୱର୍ଗତ ସୌମିତ୍ରୀ ପାଢ଼ୀଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି

ସୋନପୁର, (ପ୍ରଭୂଦତ୍ତ ରଥ) : ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ମା ମାହେଶ୍ୱରୀ ମନ୍ଦିରର ପୂଜାରୀ ତଥା ଗ୍ରାମର ପୁରୋହିତ ଶ୍ରୀଯୁକ୍ତ ସୌମିତ୍ରୀ ପାଢ଼ୀଙ୍କର ଗତ ୧୬.୦୫ ୨୦୨୧ରେ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା । ସ୍ୱର୍ଗତ ସୌମିତ୍ରୀ ପାଢ଼ୀଙ୍କର ବିୟୋଗରେ ଦ୍ଵାଦଶାହ ତା୨୭.୦୫.୨୦୨୧ ଦିନ ରାଣୀସର୍ଡା ଗ୍ରାମବାସୀଙ୍କ ଦ୍ୱାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡଲାଇନ ପାଳନ କରି ଏହା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ପାଢ଼ୀଙ୍କର ଫୋଟୋ ଚିତ୍ରରେ ଫୁଲ ଓ ମାଲ୍ୟାର୍ପଣ କରାଯାଇଥିଲା । ଶୋକ ସଭାରେ ସ୍ୱର୍ଗତ ପାଢ଼ୀଙ୍କର ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ପାଢ଼ୀଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ଶୋକସଭାରେ ରାଣୀସର୍ଡା ପଂଚାୟତ ସମିତି ସଭ୍ୟ ଅନିଲ କୁମାର ସେଠ, ରାଣୀସର୍ଡା ପଂଚାୟତ ସରପଞ୍ଚଙ୍କର ସ୍ୱାମୀ ଦ୍ୱାରୁ ବିଶ୍ୱାଳ, ବୃନ୍ଦାବନ ବାଗ, କୃଷ୍ଣ ଚନ୍ଦ୍ର ସାହୁ, ମାଗିରାମ ପଧାନ, ହାଡୁ କଲତା, ହିପି ଦନ୍ତା, ନନ୍ଦଲାଲ ପାତ୍ର, ଘନଶ୍ୟାମ ବେହେରା, ସଚ୍ଚିଦାନନ୍ଦ ପାଢ଼ୀ, ଧୀରେନ୍ଦ୍ର ଭୋଇ, ଜୟନାରାୟଣ ବାରିକ, ତେଜରାଜ ପଧାନ, ଜଗଦୀଶ ଦନ୍ତା ପ୍ରମୁଖ ଯୋଗ ଦେଇଥିଲେ । ସ୍ୱର୍ଗତ ପାଢ଼ୀ ଜଣେ ମିଷ୍ଟଭାଷୀ, ସରଳ, ନିଷ୍କପଟ, ଧର୍ମପାରାୟଣ, ପରୋପକାରୀ ହୋଇଥିବା ଯୋଗୁଁ ଅଂଚଳରେ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ନିଜ ଗ୍ରାମ ରାଣୀସର୍ଡାକୁ ସେ ବହୁତ ଭଲ ପାଉ ଥିଲେ । ତାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ହରାଇ ରାଣୀସର୍ଡା ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପାଢ଼ୀ କିଛି ବର୍ଷ ହେଲା ବଲାଙ୍ଗିରରେ ତାଙ୍କ ପରିବାର ସହିତ ରହୁଥିଲେ । ସ୍ୱର୍ଗତ ପାଢ଼ୀଙ୍କର ଏଭଳି ଅସମୟରେ ବିୟୋଗ ତାଙ୍କର ସମସ୍ତ ସମ୍ପର୍କୀୟ ଓ ଶୁଭେଛୁ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ସ୍ୱର୍ଗତ ସୌମିତ୍ରି ପାଢ଼ୀ ତାଙ୍କ ପତ୍ନୀ ଆନନ୍ଦିନୀ ପାଢ଼ୀ , ପୁତ୍ର ତଥା ଓଡ଼ିଶାର ଏକ ଘୋରଇ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରି କୁଳଦୀପ ପାଢ଼ୀ , ଝିଅ ଦିପ୍ତୀଵାଳା ପଣ୍ଡା ଏବଂ ବାପା ଶିବ ଚରଣ ପାଢ଼ୀଙ୍କୁ ଏକା କରି ସବୁଦିନ ପାଇଁ ଇହଧାମ ତ୍ୟାଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ସୌମିତ୍ରି ପାଢ଼ୀଙ୍କର ବଡ ଭାଇ ଶ୍ରୀଯୁକ୍ତ ରଘୁନାଥ ପାଢ଼ୀ ହେଉଛନ୍ତି ଜଣେ ଅବସର ପ୍ରାପ୍ତ ବନ ଅଧିକାରୀ ଏବଂ ସାନ ଭାଇ ରିୟାନ ରମାନାଥ ହେଉଛନ୍ତି ଦୈନିକ ଜାତୀୟ ଇଂରାଜୀ ଖବରକାଗଜର ବରିଷ୍ଠ ସାମ୍ବାଦିକ ଆହୁରି ମଧ୍ୟ ସ୍ୱର୍ଗତ ସୌମିତ୍ରି ପାଢ଼ୀଙ୍କର ମାମୁଁ ହେଉଛନ୍ତି ସାମ୍ବାଦିକ ଗୌରବ ସ୍ୱର୍ଗତ ଶିବପ୍ରସାଦ ପାଣ୍ଡିଆ ।

Leave A Reply

Your email address will not be published.