oom

ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ସୁରେଶ ଚନ୍ଦ୍ର ମହାପାତ୍ର

jsmm

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ସୂଚନା ମିଳିଛି । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ସେ ୧୪ ମାସ ଲାଗି କାର୍ଯ୍ୟ କରିବେ ବୋଲି କୁହାଯାଇଛି । ପୂର୍ବରୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟି‌ତ୍ୱ ଗ୍ରହଣ କରିଥିଲେ ।

ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବା ବ‌ର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଏହା ସହ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଉପଦେଷ୍ଟା ଭାବେ ବି ଦାୟି‌ତ୍ୱ ଗ୍ରହଣ କରିବେ ।

jittmm
Leave A Reply

Your email address will not be published.