ଯାଜପୁରର ମା’ ବିରଜା ମନ୍ଦିର ଡିସେମ୍ବର ୨୯ରୁ ଖୋଲିବ : ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ଦେଲେ ସୂଚନା
ଯାଜପୁର : ଯାଜପୁରର ମା’ ବିରଜା ମନ୍ଦିର ଡିସେମ୍ବର ୨୯ରୁ ଖୋଲିବ । ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ସୂଚନା ଦେଇଛନ୍ତି । ଦୀର୍ଘ ଦଶ ମାସ ପରେ ମା’ ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କିନ୍ତୁ ଜନଗହଳିକୁ ଏଡ଼ାଇବା ଲାଗି ଜାନୁଆରୀ ୧,୨ ଓ ୩ ତାରିଖରେ ମା’ ବିରଜା ମନ୍ଦିର ବନ୍ଦ ରହିବ ବୋଲି ମଧ୍ୟ ସେ କହିଛନ୍ତି ।
ତେବେ ପ୍ରତ୍ୟହ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ୟ୍ୟ କରାଯିବ ନାହିଁ । କେବଳ ପିଣ୍ଡଦାନ ହୋଇପାରିବ । ତେବେ ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।