jayashree

ଠିକାଦାରଙ୍କ ପାଇଁ କାମଧେନୁ ପାଲଟିଛି ସୋନଗଡ଼ ବ୍ରିଜ

  • ଖାଲଖମାରେ ଭରିଛି ପୋଲ, ସ୍ଥାୟୀ ମରାମତି ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ ବଲାଙ୍ଗିର ଠାରୁ ସଇଁନ୍ତଳା ଯିବା ରାସ୍ତାର ଦେଓଗାଁ ନିକଟରେ ଥିବା ସୋନଗଡ଼ ନଦୀର ବ୍ରିଜ ଉପରେ ଥିବା ପିଚୁ ରାସ୍ତାକୁ ନେଇ ଯାତ୍ରୀ ମହଳରେ ଅସନ୍ତୋଷ ଦେଖିବାକୁ ମିଲିଛି । ଗତ ୨ ବର୍ଷରେ ପ୍ରାୟ ୩ ରୁ ୫ଥର ମରାମତି କାମ ହୋଇଛି ପୁଣି ଯେଷାକୁ ତେଷା। ସିମେଣ୍ଟ କଂକ୍ରିଟ ରାସ୍ତା ଉପରେ ପିଚୁ କାମ କରାଯାଉଥିବାରୁ ରହୁ ନାହିଁ ବୋଲଇ କିଛି ଯାତ୍ରୀ ପ୍ରତିକ୍ରିୟା ଦେଉଥିବା ବେଳେ ନିମ୍ନମାନର ପିଚୁ ଓ ଅଠା ଯୋଂଗୁଁ ଠିକ ଭାବେ ରହୁନାହିଁ ବୋଲି ଅଭିଯୋଗ ହେଉଛି । ସେ ଯାହା ବି ହେଉ ପ୍ରତି ଦିନ କେବଳ ଶହ ଶହ ମାଳବାହୀ ଓ ଯାତ୍ରୀବାହୀ ଗାଡ଼ି ନୁହେଁ ସାଧାରଣ ଅଧିକାରୀ ଠାରୁ ଆରମ୍ଭ କରି ଉଚ୍ଚ ପଦ ଅଧିକାରୀମାନେ ଯାଆସ ହେଉଛନ୍ତି । ପକାଯାଇଥିବା ପିଚୁ ଉଠି ଯାଉଥିବା ଖାଲ ସୃଷ୍ଟି ହେଉଛି । ସେହପରି ନିୟମିତ ଭାବେ ରକ୍ଷଣା ବେକ୍ଷଣ କରାଯାଉ ନଥିବାରୁ ବର୍ଷା ମାସରେ ବ୍ରିଜ ଉପରର ପାଇଁ ଆଉଟ ହେଉ ନଥିବାରୁ ପିଚୁ ନଷ୍ଟ ହେଉଛି । କାମ କରୁଥିବା ଠିକାଦାର କାମ ଶେଷ କରି ଉଭାନ ହେଉଥିବା ବେଳେ ତଦାରଖ କରୁଥିବା ଅଧିକାରୀମାନଙ୍କ ବେପାରୁଆ ମନୋଭାବ ଯୋଗୁଁ ଠିକ ଭାବେ ତଦାରଖ କରୁ ନଥିବା ଏହାର କାରଣ ହୋଇଛି । ଯେହେତୁ ଜାତୀୟ ରାଜପଥ ତେଣୁ ଦୁର୍ଘଟଣା ଘଟିବା ପୂର୍ବରୁ ରାସ୍ତା ଠିକ କରିବାକୁ ଯାତ୍ରୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.