ସୋନଗଡ ନଦୀ ଭିତରୁ ଯୁବକର ଶବ ଉଦ୍ଧାର : ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ, ଅପମୃତ୍ୟୁ ମାମଲା ରୁଜୁ କଲା ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଦେଓଗାଁ ପଞ୍ଚାୟତ କଛାରପାଲି ଗାଁର ମଦନପାଲି ନିକଟସ୍ଥ ସୋନଗଡ଼ ନଦୀ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହକୁ ଦେଓଗାଁ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଦେଓଗାଁ ଗ୍ରାଜୁଏଟପଡ଼ାର ବୋଲି ଜଣାପଡିଛି । ସେ ମାନସିକ ରୋଗାକ୍ରାନ୍ତ ଯୋଗୁଁ କିଛି ଦିନ ହେଲା ଘରୁ କୁଆଡ଼େ ଚାଲି ଯାଇଥିଲେ । ତାଙ୍କର ଯେ କୌଣସି ଖୋଜ ଖବର ମିଳୁନଥିଲା । ହେଲେ ରବିବାର ସକାଳେ ନଦୀ ଭିତରେ ଏକ ଶବ ପଡିଥିବାର ଖବର ପାଇବା ପରେ ପରିବାର ଲୋକେ ଚିହ୍ନଟ କରିଥିଲେ । ଘଟଣା ସ୍ଥଳକୁ ଦେଓଗାଁ ପୁଲିସ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଦେଓଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.