ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର

ଭୁବନେଶ୍ୱର : ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳଲାଗି କରିବେ କାଉଡ଼ିଆ ଭକ୍ତ । ଶ୍ରାବଣ ମାସକୁ ଅନ୍ୟତମ ପବିତ୍ର ମାସ ଭାବେ ଗଣନା କରାଯାଏ । ଏହି ମାସକୁ ଶିବଭକ୍ତମାନେ ଅନେଇ ବସିଥାନ୍ତି । କେହି କେହି ଶ୍ରାବଣ ମାସର ପ୍ରଥମ ସୋମବାର ମହାଦେବଙ୍କୁ ଜଳଲାଗି କରୁଥିବା ବେଳେ କେହି ପ୍ରତି ଶ୍ରାବଣ ସୋମବାରରେ ପାଣି ଢାଳିଥାନ୍ତି । ସେଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ, ଭାସ୍କରେଶ୍ୱର ମନ୍ଦିର, ବିଶ୍ୱେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଗଣ୍ଡମୁଣ୍ଡା ମହାକାଳେଶ୍ୱର ମନ୍ଦିର, ଧର୍ମବିହାରସ୍ଥିତ ଧର୍ମେଶ୍ୱର ମନ୍ଦିର, ସିର୍ଦ୍ଦେଶ୍ୱର ମହାଦେବ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ସମସ୍ତ ଶୈବପୀଠରେ ସୋମବାର ଭକ୍ତଙ୍କର ଲାଗିବ ପ୍ରବଳ ଗହଳି । ଏଥିପାଇଁ ଶୈବପୀଠଗୁଡ଼ିକରେ ମଧ୍ୟ ଆରମ୍ଭ ହୋଇଗଲାଣି ସମସ୍ତ ପ୍ରସ୍ତୁତି । ସୋମବାର ସକାଳୁ ମହାଦେବଙ୍କର ଦୈନନ୍ଦିନ ନୀତିକାନ୍ତି ସରିଲା ପରେ ଭକ୍ତମାନେ ଦର୍ଶନ ଓ ପାଣି ଲାଗି କରିବେ । କାଉଡ଼ିଆ ଭାଇମାନେ କିଣାକିଣି ଉଦ୍ଦେଶ୍ୟରେ ବଜାରମୁହାଁ ହେଲେଣି ।

jittmm
Leave A Reply

Your email address will not be published.