mahavir

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟର ସ୍ୱର୍ଗତ ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ବାଗ୍ମୀ, ସାହିତ୍ୟିକ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ, ଇସ୍ପାତ୍ ସାହିତ୍ୟ ସଂସଦର ପ୍ରାକ୍ତନ ସାଧାରଣ ସମ୍ପାଦକ ସ୍ୱର୍ଗତ ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ଏବଂ ସାଧାରଣ ସଂପାଦକ ମନୋଜ କୁମାର ନନ୍ଦଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ‘ସ୍ମୃତିରେ ସ୍ମୃତିରେ ସଦାନନ୍ଦ ତ୍ରିପାଠୀ’ ଶୀର୍ଷକ ଶୋକ ଓ ସ୍ମୃତି ସଭାରେ ବହୁ ସଦାନନ୍ଦ ପ୍ରେମୀ ଓ ପାଠକ ଯୋଗଦେଇଥିଲେ । ସର୍ବପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଗଲା । ଏହାପରେ ଉପସ୍ଥିତ ସମସ୍ତେ ସଦାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧା ସୁମନ ଜ୍ଞାପନ କରିଥଲେ । ସଦାନନ୍ଦଙ୍କ ସ୍ମୃତି ଓ ସାହିତ୍ୟ କୃତି ବାବଦରେ ତାରିଣୀ ଚରଣ ସାହୁ, ପ୍ରତାପ କୁମାର ପଣ୍ଡା, ବ୍ରଜେନ୍ଦ୍ର ଦାସ, ଉମେଶ ଚନ୍ଦ୍ର ନାୟକ, ଉପେନ୍ଦ୍ର ବସ୍ତିଆ, ଆର୍ତ୍ତତ୍ରାଣ ମହାପାତ୍ର, ବଳରାମ ଦାସ, ମୀନକେତନ ପଶାୟତ, ମଞ୍ଜୁଳା କୁମାରୀ ରଥ, ଗଙ୍ଗାଧର ପୁହାଣ, ଶୈଳବାଳା ଷଡ଼ଙ୍ଗୀ, ବିଜୟିନୀ ଜେନା, ସବିତା ବସ୍ତିଆ, ଦିବାକର ଦାସ, ଡ. ଅନଙ୍ଗ କୁମାର ପ୍ରହରାଜ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ରଘୁବର ଧଳ, ବିଷ୍ଣୁପ୍ରିୟା ମହାପାତ୍ର, ହରମୋହନ ମିଶ୍ର, ବେଣୁଧର ନାୟକ, ତ୍ରିଲୋଚନ ମଥାନ, ମନୋଜ୍ ବାରିକ୍ ପ୍ରମୁଖ ପଠାଇଥିବା ଶୋକ ବାର୍ତ୍ତା ପାଠ କରାଯାଇଥିଲା। ଲକ୍ଷ୍ମୀକାନ୍ତ ମହାପାତ୍ର, ଏସ୍. କେ.ପଣ୍ଡା, ଗୌତମ ସିଂ, ପ୍ରୀତମ ମହାନ୍ତି ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୋହନ ପଟ୍ଟନାୟକ, ଶ୍ରଦ୍ଧାଶ୍ରୀ ବସ୍ତିଆ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Leave A Reply

Your email address will not be published.