ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଆଞ୍ଚଳିକ କମିଟି ତରଫରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ବରିଷ୍ଟ ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଦେବାଶିଷ ଛୋଟୋରାୟଙ୍କ ସଭାପତିତ୍ୱରେ ଆୟୋଜିତ ଶୋକସଭାରେ ସିପିଆଇଏମ୍‌ର ଗଞ୍ଜାମ ବ୍ଲକ ସମ୍ପାଦକ ଦିଲ୍ଲୀପ ଛୋଟୋରାୟ, ସାଥି ନରହରି ସାହୁ, ବିରଞ୍ଚି ନାରାୟଣ ସ୍ୱାଇଁ, ତ୍ରିଲୋଚନ ପ୍ରଧାନ, ଶ୍ରୀଧର ସ୍ୱାଇଁ, ବିଷ୍ଣୁ ଛଟେଇ, ଦିବ୍ୟାଲୋଚନ ପ୍ରଧାନ ଏବଂ ଯୁବ ଓ ଛାତ୍ର ସଂଗଠନର ଏକାଧିକ ସାଥି ଯୋଗଦେଇ ସ୍ୱର୍ଗତ ନେତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉପସ୍ଥିତ ସାଥି ବୃନ୍ଦ ସ୍ମୃତିଚାରଣ କରିବା ସହ ଶୋକବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.