centurian jitm

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନର ମୁଖ୍ୟ ଛାତ୍ର ନେତା ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ ବିୟୋଗରେ ଶୋକସଭା

nschool

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ସଫଳତା ହାସଲ କରିଥିବା ପ୍ରାକ୍ତନ ଛାତ୍ର ନେତା, ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ଓମ୍‌ ସାର ପୂର୍ବତନ ସଭାପତି ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ ବିୟୋଗରେ ସ୍ଥାନୀୟ ନବୀନ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଆବାହକତ୍ୱରେ ଆୟୋଜିତ ଶୋକସଭାରେ ବରିଷ୍ଠ ସମାଜ ବିଜ୍ଞାନୀ ତଥା ଆଇନଜୀବୀ ଭଗବାନ ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ, ସମଦୃଷ୍ଟିର ସହ ସମ୍ପାଦକ ବିଘ୍ନେଶ୍ୱର ସାହୁ, ଆଡ଼ଭୋକେଟ ଆଦିତ୍ୟ ନାୟକ, ଶିକ୍ଷାବିତ୍‌ କାମରାଜୁ ମହାରଣା, ରାଜେନ୍ଦ୍ର ପଣ୍ଡା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅଶୋକ କୁମାର ଦଳାଇ, ସମାଜସେବୀ ରାମକୃଷ୍ଣ ପାତ୍ର, ସତ୍ୟ ନାରାୟଣ ଦାଶ, ମୀନକେତନ ଜେନା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଦିବଂଗତ ଡ଼ାକ୍ତର ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ ଜଣେ କୀର୍ତ୍ତିମନ୍ତ ପୁରୁଷଙ୍କୁ ହରାଇଲା ବୋଲି କହିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହା ସହିତ ତତ୍‌କାଳୀନ ୧୯୬୪ ଛାତ୍ର ଆନ୍ଦୋଳନରେ ଅଂଶଗ୍ରହଣକାରୀ ଛାତ୍ରନେତାଙ୍କ ସମ୍ପର୍କରେ ଏକ ପୁସ୍ତିକା ପ୍ରକାଶନ ନିମନ୍ତେ ନିଷ୍ପତ୍ତି ନିଆଯାଇ ଶିକ୍ଷାବିତ କାମରାଜୁ ମହାରଣାଙ୍କୁ ଏହାର ପ୍ରକାଶନ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସଭା ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କବୟିତ୍ରୀ ସୁଧାଞ୍ଜଳି ମିଶ୍ର ଭଜନ ପରିବେଷଣ କରିଥିବା ବେଳେ ଶିକ୍ଷାବିତ୍‌ ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତିସଭାରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ଅବସରପ୍ରାପ୍ତ ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ, ଅରୁଣ କୁମାର ପଣ୍ଡା, ସୁରେଶ ପାତ୍ର, ରଜନୀକାନ୍ତ ବକ୍ସି, ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଂଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.