oom

ବିଶିଷ୍ଟ ଶିକ୍ଷାବିତ୍‌ ଯୁଗଳ କିଶୋର ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ହାଟପଦା ପରିସରରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ତଥା ବିଶିଷ୍ଟ ଶିକ୍ଷାବିତ୍‌ ସ୍ୱର୍ଗତ ଯୁଗଳ କିଶୋର ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଆହ୍ୱାନ କ୍ରମେ ବିଜୟ ରଥଙ୍କ ଅଧ୍ୟକ୍ଷତାରେ ଏହି ଶୋକସଭା ବୈଠକରେ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ପ୍ରୀତିସାଗର ମହାନନ୍ଦ, ଅର୍ଜୁନ ଅଗ୍ରୱାଲ ଓ କବି ପ୍ରଦୀପ ଜାଲ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ୱର୍ଗତ ଶ୍ରୀ ପଟ୍ଟନାୟକ ୧୯୨୭ ମସିହାରେ ସୋନପୁର ଜିଲ୍ଲା ବିନିକା ବ୍ଲକ କୁଉଡିଆମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ସେ ୧୯୫୦ ମସିହାରେ ସଇଁତଲା ଏମ୍‌.ଇ. ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ଏପରିକି ଶ୍ରୀ ପଟ୍ଟନାୟକ ସଇଁତଲାର ବିଭିନ୍ନ ଅନୁଷ୍ଠାନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ରହି ୧୦୨୪ ପ୍ରହରୀ ନାମଯଜ୍ଞ, ନଅ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ, ରାମ ମନ୍ଦିର ନିର୍ମାଣରେ ଗୁରୁତ୍ୱ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ରାମାୟଣ ପରାୟଣ, ଭାଗବତ, ସାହିତ୍ୟ ଚର୍ଚ୍ଚାଗୁଡିକରେ ଅଂଶଗ୍ରହଣ କରୁଥିଲେ ବୋଲି ଉପସ୍ଥିତ ବ୍ୟକ୍ତିମାନେ ସ୍ମତିଚାରଣ କରିଥିଲେ । ଉକ୍ତ ସଭାରେ କବି ସୁବାସ ରଥ, ପ୍ରମୋଦ ବୈଠାରୁ, ଅଧ୍ୟାପକ କିଶୋର ସାହୁ, ଆଇନଜୀବୀ ମହେଶ ମହାନ୍ତି, ରାଧେଶ୍ୟାମ ସାହୁ, ଦେବରାଜ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଭାତ ସିଂ ଭୋଇ, ଭୀମସେନ ସ୍ୱାଇଁ ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ତପନ ଦାସ, ସମାଜସେବୀ ମଦନଲାଲ ଅଗ୍ରୱାଲ, ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ସାମ୍ବାଦିକ ପ୍ରମୋଦ ସେଲମା, ସୁବ୍ରତ ପଟ୍ଟନାୟକ, ଦେବେନ୍ଦ୍ର ଯୋଶୀ, ବିଶାଲ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, କିଶୋର ବେହେରା, ଟଙ୍କଧର ସାହୁ, ଲଲାଟେନ୍ଦୁ ପୃଷେଠ, ଦୁର୍ବାଦଳ ପ୍ରଶାୟତ, ଛନ୍ଦାଚରଣ ବେହେରା, ଅମିତ ରଥ, କାନନ ପଟ୍ଟନାୟକ ଓ କାର୍ତ୍ତିକ ଦଣ୍ଡସେନାଙ୍କ ସମେତ ସଇଁତଲାବାସୀ ଉପସ୍ଥିତ ରହି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଆଇନଜୀବୀ ସୁବୋଧ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.