ppurohit

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଶୋକସଭା

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଟିକେଶ୍ୱର ଗୁରୁ ଏକାଧାରରେ ଜଣେ ପଣ୍ଡିତ ସାହିତ୍ୟାଚାର୍ଯ୍ୟ, ସଂସ୍କୃତାଚାର୍ଯ୍ୟ, ବିନୟୀ, ଭଦ୍ର ଓ ଭଲ ମଣିଷଟିଏ ଥିଲେ । ସେ ମରିବା ପର୍ଯ୍ୟନ୍ତ କର୍ମ ତତ୍ପର ଥାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ ବୋଲି ଡ. ପ୍ରେମଚାନ୍ଦ ମହାନ୍ତି, ଜୟରାମ ମିଶ୍ର, ଧର୍ମବ୍ରତ ରଥ, ଅରୁଣ କୁମାର ଖୁଆସ, ପ୍ରଦୀପ ପସାୟତ, ତପସ୍ୱିନୀ ପଶାୟତ, କପିଳ ପତି, ହୃଷିକେଶ ପୁରୋହିତ, ଦୁର୍ଗା ଚରଣ ସାହୁ, ଚୁଡେନ୍ଦ୍ର ବେହେରା, ରତ୍ନମୟ ତ୍ରିପାଠୀ ଓ ମଦନ ମୋହନ ରଥ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ସଭା ଆରମ୍ଭରେ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.