ସମାଜସେବୀ ବିଶ୍ୱନାଥ ବେହେରାଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ବରିଷ୍ଠ ସଦସ୍ୟ ସମାଜସେବୀ ବିଶ୍ୱନାଥ ବେହେରାଙ୍କର ତା୨୪/୮/୨୦୨୩ ରିଖ ଦିନ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ‌ହୃଦ୍‌ଘାତ ଯୋଗୁଁ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ରାଉରକେଲା ଇସ୍ପାତ କାରଖାନାରୁ ଉପମହାପ୍ରବନ୍ଧକ ଭାବେ ଅବସର ନେବା ପରେ ଛେଣ୍ଡ୍ କଲୋନୀରେ ରହି ବିଭିନ୍ନ ସାମାଜିକ- ସାଂସ୍କୃତିକ ତଥା ଧାର୍ମିକ ଅନୁଷ୍ଠାନ ଯଥା ବାସନ୍ତୀ ପରିଷଦ, ପ୍ରଗତି ଉତ୍କଳ ସଂଘ, ଗୋପବନ୍ଧୁ ପାଠାଗାର, ଛେଣ୍ଡ ସିଟିଜେନ କମିଟି, ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଭୁବନେଶ୍ଵରୀ ମନ୍ଦିର କମିଟି ପ୍ରଭୃତି ସହ ସକ୍ରିୟ ଭାବେ ଜଡ଼ିତ ରହି ସମାଜସେବାରେ ସମର୍ପିତ ଥିଲେ । ସେ ଜଣେ ଦକ୍ଷ ସଂଗଠକ, ପରୋପକାରୀ ଏବଂ ଅମାୟିକ ବ୍ୟକ୍ତି ଥିଲେ । ଅନ୍ତିମ ମୁହୂର୍ତ୍ତରେ ତାଙ୍କର ଧର୍ମପତ୍ନୀ, ପୁତ୍ର, ପୁତ୍ରବଧୂ, କନ୍ୟା, ଜାମାତା, ଶାଳକ ପ୍ରମୁଖ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ପୁରୀର ସ୍ଵର୍ଗଦ୍ଵାରଠାରେ ସମ୍ପନ୍ନ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ । ତାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଶୋକସଭା ପାଠାଗାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଡାକ୍ତର ମହାପାତ୍ରଙ୍କ ସହ ଡାକ୍ତର ଗୋକୁଳାନନ୍ଦ ସାହୁ, ଗିରିଜା ଶଙ୍କର ଗୋସ୍ୱାମୀ, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ଗୁରୁ ଚରଣ ପଟ୍ଟନାୟକ, ଜଗବନ୍ଧୁ ଜେନା, ଗୋପାଳ ପ୍ରସାଦ ଜେନା, ଅଜୟ କୁମାର ମହାନ୍ତି, ଶରତଚନ୍ଦ୍ର ମହାନ୍ତି, ପ୍ରତାପ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର କୁମାର ପଣ୍ଡା, ସୁଶାନ୍ତ କୁମାର ନାୟକ, ଅରୁଣ କୁମାର, ରମାକାନ୍ତ ଷଡ଼ଙ୍ଗୀ, ଧୃବ ଚରଣ ନାୟକ, ଅଶୋକ ଶୁକ୍ଳ ଏବଂ ଜ୍ଞାନେନ୍ଦ୍ର କୁମାର ରାୟ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.