ls

ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ଏକାଦଶାହରେ ଶୋକସଭା

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ଏକାଦଶାହରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ୍ ପ୍ରାକ୍ତନ ଶିକ୍ଷକ ସଂଘ ସଭାପତି ପ୍ରହଲ୍ଲାଦ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ଗୁରୁ ଗୋବିନ୍ଦ ସାମନ୍ତରାୟ, କବି ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶଙ୍କ କୋହଭରା କଣ୍ଠରେ ଅତୀତ ଅନୁଭୂତିର ବ୍ୟାଖ୍ୟାନ ସମସ୍ତଙ୍କୁ ଶୋକସିକ୍ତ କରିଥିଲା । ପିଲା ବେଳେ ସେ ବହୁ କଷ୍ଟ ପାଇଥିଲେ, ଅଥଚ ସୁଖ ପାଇଲା ବେଳକୁ ଆର ପାରିରେ ବୋଲି ମତ ପ୍ରକାଶ ପାଇଥିଲା । ଜଣେ ସଫଳ ଶିକ୍ଷକ, କୃଷକ, ପରିବାର ପ୍ରେମୀ, ସ୍ନେହୀ, ସହଯୋଗୀ, ସାହାଯ୍ୟକାରୀ, ସହନଶୀଳ, ସଂଘପ୍ରେମୀ, ଅତୀବ ଛାତ୍ରବତ୍ସଳ, ସଦାହର୍ଷଯୁକ୍ତ, ପରୋପକାରୀ, ମେଳାପୀ ଓ ନୀତି ନିଷ୍ଠ ଶିକ୍ଷକ ଭାବେ ଘୋରଡିଆ, କଅଁଳପଡା, କୁମୁଣ୍ଡାଳ, ଆଙ୍କୋଇ, ମୋଟରୀ ଆଦି ବିଦ୍ୟାଳୟ ସମେତ ପରିବାର, ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଶିକ୍ଷକ ସମାଜର ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ଅତି ଆପଣାର ଏବଂ ଆଦରଣୀୟ ଥିଲେ । ପରିବାର ବର୍ଗ, ଶିକ୍ଷକ ସୁରେନ୍ଦ୍ର ନାୟକ, ଦିଲିପ ବେହେରା, ଦୁର୍ଗା କେଶରୀ ପରିଡ଼ା, ସାଥୀ ସୁବାଷ ପରିଡ଼ା, ଲକ୍ଷ୍ମଣ ସାହୁ ଓ ଅନ୍ୟମାନଙ୍କ ମିଳିତ ସହଯୋଗରେ ଶୋକସଭାର ଆୟୋଜନ କରାଯାଇଥିଲା ।ଏଥିରେ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ମିଶ୍ର, ଦୁର୍ଯ୍ୟୋଧନ ସାହୁ, ସର୍ବେଶ୍ଵର ଭୁଜବଳ, ଉଦୟନାଥ ମେଣ୍ଟା, ଚିତ୍ତରଂଜନ ରାଉତରୟ, ରମେଶଚନ୍ଦ୍ର ରାଉତ ରାୟ, ନାରାୟଣ ପାତ୍ର, ଉମେଶ ମହାନ୍ତି, ଏବିଇଓ ଯୁଧିଷ୍ଠିର ପରିଡ଼ା, ଶିକ୍ଷକ ରାମନାରାୟଣ ମିଶ୍ର, ସୋମନାଥ ନନ୍ଦ, ମିଟୁ କିଶୋର ପ୍ରଧାନ, ଦିଗମ୍ବର ରଥ, ପ୍ରଶାନ୍ତ ଦାସ, ସନ୍ତୋଷ ମିଶ୍ର, ସୂର୍ଯ୍ୟ ନାରାୟଣ ସେଠୀ, ରମେଶ ପ୍ରଧାନ, ରବିନ୍ଦ୍ର ବେହେରା, ପବିତ୍ର ଜେନା, କୁଣ୍ଟୁଳୁ ଧବଳେଶ୍ୱର, ଜାମିନୀ ନାୟକ, ଦୟାନିଧି ମାର୍ଥା, ଅନନ୍ତ ସାହୁ, ଅକ୍ଷୟ ଗିଲ, ବିଚିତ୍ରାନନ୍ଦ ନାୟକ, ଅଭୟ ରଥ ଗୋପାଳ ମହାପାତ୍ର, ବିଜୟ ବିଶ୍ଵାଳ, ସୁଧିର ଜେନା, ଦିଲିପ ନାୟକ, ଅଭୟ ସାହୁ, କ୍ଷେତ୍ରବାସୀ ଆଳୁକ, ଅଭିମନ୍ୟୁ ସିଂ, ଫକିର ଦାସ, ମଙ୍ଗୁଳି ପରିଡ଼ା, ଯୁବ ପ୍ରତିଭା ନବ ମିଶ୍ର, ସତ୍ୟ ମହାପାତ୍ର, ମଧୂସୁଦନ ପ୍ରଧାନ, ସମାଜସେବୀ ଲିଟୁଲାଲ ସୁବୁଦ୍ଧି, ଯୁଧିଷ୍ଠିର ମାର୍ଥା, ଜଟଣୀର ଶିକ୍ଷକ ନିରଞ୍ଜନ ସାହୁଙ୍କ ସହ ଅନେକ ଶିକ୍ଷକ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଆଖପାଖ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଶ୍ରୀ ଧାଉଡିଆଙ୍କ ଅନେକ ଅଭୁଲା ସୁଗଣକୁ ମନେପକାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ପୂର୍ବକ ସେହି ଅମର ଆତ୍ମାର ସଦ୍‌ଗତି କାମନା କରିଥିେଲ । ପତ୍ନୀ କୁନ୍ତଳା, ଝିଆରୀ ଶୁଭସ୍ମିତା, ଭାଇ ଅଜୟ, ବିଜୟ, ସଞ୍ଜୟ, ବିଚିତ୍ର, କନ୍ୟା ଦେବସ୍ମିତା, ପୁତ୍ର ଆଦିତ୍ୟ ଓ ବନ୍ଧୁ ପରିଜନ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀ ଧାଉଡ଼ିଆ ଚିରସ୍ମରଣୀୟ ରହିବେ ଓ ଅସୁବିଧା ସମୟରେ ପରିବାରବର୍ଗଙ୍କୁ ସହଯୋଗ କରାଯିବ ବୋଲି ସଭାରେ ସମସ୍ତେ କହିଥିଲେ ।

pc pk
Leave A Reply

Your email address will not be published.