ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବ୍ରହ୍ମପୁରରେ ଦୈନିକ ଖବର କାଗଜ ସକାଳର କାର୍ଯ୍ୟରତ ତଥା ଯୁବ ଆଇନଜୀବୀ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗକୁ ନେଇ ଗଞ୍ଜାମ ପ୍ରେସକ୍ଲବ ପକ୍ଷରୁ ଏକ ଶୋକସଭା ଗଞ୍ଜାମ ସହରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇଙ୍କ ପୌରାହିତରେ ଆୟୋଜିତ ଏହି ଶୋକସଭାରେ ପ୍ରେସକ୍ଳବ କର୍ମକର୍ତ୍ତା, ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ଦୁଇ ମିନଟ ନୀରବ ପ୍ରଥନା କରି ସ୍ୱର୍ଗତ ଚିଣ୍ଟୁ ବାବୁଙ୍କ ଅମର ଆତ୍ମର ସଦଗତି କାମନା କରିଥିଲେ । ତାଙ୍କ ସ୍ମୃତିଚାରଣ କରି ତାଙ୍କର ପରଲୋକରେ ସାମ୍ବାଦିକତା କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରେସକ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ସହ ସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ମହାଙ୍କୁଡ଼, କୃଷ୍ଣଚନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶୋକବ୍ୟକ୍ତ କରିଥିଲେ ।