ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ଜଣ ପୂର୍ବଛାତ୍ରଙ୍କ ଉଦ୍ଦେଶ୍ୟରେ କଲେଜରେ ଶୋକସଭା ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡ଼ାସିଂହାର ୩ଜଣ ପୂର୍ବତନ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଯାହାଫଳରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ସଭାପତିତ୍ୱ ଓ ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀଙ୍କ ସଂଯୋଜନାରେ ଏକ ଶୋକସଭା ଅନୁଷ୍ଠିତ କରାଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ଜଣ ଛାତ୍ର ଘନଶ୍ୟାମ ହାତୀ, ଅଭିଶେକ ଭୋଇ ଓ ଭଗବାନ ନାଗଙ୍କ ଅକାଳ ବିୟୋଗରେ ଅମର ମାତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବିଜୟ ମିଶ୍ର, ନିତ୍ୟାନନ୍ଦ ସିର୍ଦାର, ରେବତ ଜାଲ, ଗଙ୍ଗାଧର ସାହୁ, ନରେଶଚନ୍ଦ୍ର ମିଶ୍ର, ବଳଭଦ୍ର ବଣ୍ଡା ଓ ସୁବିନ୍ଦ୍ର ବାଗ ଉପସ୍ଥିତ ଥିଲେ । ଦୁଘର୍ଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଛାତ୍ର ୨୦୧୭/୧୮ ଶିକ୍ଷାବର୍ଷରେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ବିଦ୍ୟାଳୟର ନାଁ ରଖିଥିବା ନେଇ କୁଡ଼ାସିଂହା ସ୍ଥିତ ବୁଢ଼ାଡ଼ଙ୍ଗର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.