ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବେଶ୍ ଜଣାଶୁଣା ବରିଷ୍ଠ ସର୍ଜରୀ ସ୍ପେସାଲିଷ୍ଟ ଡ଼ା. ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ଗୁରୁବାର ମଧ୍ୟରାତ୍ରୀରେ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହେଉଥିଲା । ସେ ଦୀର୍ଘଦିନ ହେଲା ଶୀରା ଓ ସ୍ନାୟୁ ରୋଗରେ ପୀଡିତ ଥିବା ବେଳେ ବ୍ରହ୍ମପୁରସ୍ଥିତ ବାସୁଦେବ ନଗର ବାସଭବନରେ ରହି ଚିକିତ୍ସିତ ହୋଇଆସୁଥିଲେ । ଗତ ମଙ୍ଗଳବାର ଦିନ ହଠାତ୍ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲ୍କୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ସେ ହୃଦ୍-ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟବରଣ କରିଥିଲେ ବୋଲି କୁହାଯାଏ । ଶୁକ୍ରବାର ସକାଳେ ସ୍ୱର୍ଗଦ୍ଵାର ପୁରୀରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ମୃତ୍ୟା ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଓ ଏକମାତ୍ର ଝିଅ, ପୁଅ, ବୋହୂ, ନାତି ନାତୁଣୀ, ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେ ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଡାକ୍ତରୀସେବା କରିଆସୁଥିଲେ । ଅବସପ୍ରାପ୍ତ ପରେ ମଧ୍ୟ ସେ ଛତ୍ରପୁର ତାଡେପଲ୍ଲୀ ଭବନରେ କ୍ଲିନକ୍ କରି ଜଣେ ବରିଷ୍ଠ ସର୍ଜରୀ-ସ୍ପେଷାଲିଷ୍ଟ ଭାବେ ଅବା ଜଣେ ଖ୍ୟାତନାମା ଡାକ୍ତର ଭାବେ ବେଶ୍ ଲୋକଙ୍କ ଠାରେ ପରିଚିତ ହୋଇଆସିଥିଲେ ଏବଂ ସେ ମେଳାପି ଥିଲେ । ତାଙ୍କ ଝିଅ ଫିଜିଓଥେରାପି ଡାକ୍ତର ଗାୟତ୍ରୀ ଉପାସନା ଆଚାର୍ଯ୍ୟ ଭୁବନେଶ୍ୱରରେ ଅବସ୍ଥାପିତ ଥିବାବେଳେ ତାଙ୍କ ପୁଅ ଅଭିଷେକ ଆଚାର୍ଯ୍ୟ ଜଣେ ସୋଫଟ୍-ୱେୟର ଇଞ୍ଜିନିୟର ଅଟନ୍ତି । ତାହାଙ୍କ ମୃତ୍ୟୁ ଖବର ପାଇବା ପରେ ଏହି ଅଞ୍ଚଳର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।