ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ଭେଟେରାନ ନେତା ତଥା ଲେଖକ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତଃ ଗାନ୍ଧୀ ଦୀର୍ଘ ଦିନରୁ ବିଜୁ ବାବୁ ଏବଂ ପରେ ବିଜୁ ଜନତା ଦଳ ସହ ଜଡ଼ିତ ଜଣେ ଭେଟେରାନ ନେତା ଥିଲେ । ବିଜୁ ଜନତା ଦଳକୁ ମଜବୁତ କରିବାରେ ତାଙ୍କର ବିପୁଳ ଅବଦାନ ରହିଛି । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.