ବ୍ୟବସାୟୀଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରାଡ଼ିଆ ଗ୍ରାମର ବାସିନ୍ଦା ତଥା ବ୍ୟବସାୟୀ କପିଳେଶ୍ଵର ସାହୁଙ୍କ(୮୪) ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛ । ଘୋରାଡ଼ିଆ ବଜାରରେ ତାଙ୍କର ଏକ ବହୁଦିନର ବ୍ୟବସାୟ ପ୍ରତିଷ୍ଠାନ ରହିଛି । ତାଙ୍କର ମୃତ୍ୟୁରେ ବ୍ୟବସାୟୀ ସଙ୍ଘ ପକ୍ଷରୁ ଶୋକ ପାଳନ ସହ ଘୋରାଡ଼ିଆ ବଜାରର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ସ୍ୱର୍ଗତ କପିଳେଶ୍ଵର ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ଓ ସରଳ ପ୍ରକୃତିର ଭଲ ମଣିଷ ଥିଲେ । ବହୁ ବ୍ୟକ୍ତିବିଶେଷ, ବନ୍ଧୁ ପରିଜନ ଦିବଂଗତ ବ୍ୟବସାୟୀଙ୍କ ବାସଭବନରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟାର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଶେଷରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଥିଲା । ତାଙ୍କର ଜ୍ୟେଷ୍ଠ ପୁତ୍ର ଭାଗିରଥି ସାହୁ ମୁଖାଗ୍ନି ଦେବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.