ଅତଏବର ସମ୍ପାଦକ ସୁଶୀଲ କୁମାର ପଣ୍ଡାଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ତଥା ଅତଏବ ଖବରକାଗଜର ସମ୍ପାଦକ ସୁଶୀଲ କୁମାର ପଣ୍ଡା ଚେନ୍ନାଇଠାରେ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ପଣ୍ଡାଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ସଂଗଠନର ଜଣେ ଲଢୁଆ ନେତାଙ୍କୁ ହରାଇଲା ବୋଲି କହିଥିଲେ । ଅତଏବ ଖବରକାଗଜର ସମ୍ପାଦନା ଦାୟିତ୍ୱ ତୁଲାଉଥିବା ବେଳେ ବିଭିନ୍ନ ଖବରକାଗରେ ସାମ୍ବାଦିକତା କରି ଆସୁଥିଲେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.