ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରିପୁନାଥ ସେଠଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଇଂରାଜୀ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଓ ସାଧାରଣ ସଂପାଦକ ତଥା ସୋହେଲା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର ଶ୍ରୀ ସେଠଙ୍କ ବିୟୋଗରେ ପଶ୍ଚିମ ଓଡିଶା ଜଣେ ଜନପ୍ରିୟ ନେତା, ସମାଜସେବୀ ଓ ଗରିବ ଜନାଧାରଣଙ୍କ ବନ୍ଧୁଙ୍କୁ ହରାଇଲା ବୋଲି ଅଭିହିତ କରିଅଛନ୍ତି । ସେମାନେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଶ୍ରୀ ସେଠଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଓ ସ୍ବର୍ଗତ ଆତ୍ମାର ସଦ୍‌ଗତି ପାଇଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.