ମଣ୍ଡଳରୁ ପାଟଣାଗଡ ରାସ୍ତା ଅବସ୍ଥା ଶୋଚନୀୟ : ବଢୁଛି ଦୁର୍ଘଟଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ମଣ୍ଡଳରୁ ପାଟଣାଗଡ଼ ଯିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ରାସ୍ତାରେ ପିଚୁ ଉପୁଡ଼ି ଖାଲ ଖମା ସୃଷ୍ଟି ହୋଇ ରାସ୍ତାରେ ପାଣି ଭର୍ତ୍ତି ହୋଇ କୃତ୍ରିମ ହ୍ରଦ ପାଲଟିଛି । ଯାହା ଫଳରେ ଏହି ରାସ୍ତାରେ ନିତି ଦିନ ଛୋଟ ବଡ଼ ଦୁର୍ଘଟଣା ବଢିବା ସହିତ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଯେତେ ଥର ମରାମତି କଲେ ମଧ୍ୟ କମ ଦିନରେ ରାସ୍ତା ଖରାପ ହେଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ମଣ୍ଡଳ ଗ୍ରାମ ଦେଇ ପାଟଣାଗଡ଼, ରାଣବାହାଲ, ଅଏଲାପାଲି, କେନକେବା, ମଧ୍ୟପୁର, ସୁଲେକେଲା, ଭତାପଡା, କଟାପାଲି, ସର୍ଗିଗୁଡା ଓ ଜାମଖାରି ଆଦି ଗ୍ରାମକୁ ସଂଯୋଗ କରୁଛି । ଏହି ରାସ୍ତାଦେଇ ପ୍ରତିଦିନ ଶହ ଶହ ଗାଡିମଟର ସାଙ୍ଗକୁ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯିବାଆସିବା କରନ୍ତି । ରାସ୍ତା ଉପରେ ବର୍ଷାପାଣି ଜମି ରହୁଥିବାରୁ ଦୁର୍ଘଟଣାର ଏହା ପ୍ରମୁଖ କାରଣ ହେଉଥିବା ବେଳେ ଏହି ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ନାହିିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଏହି ରାସ୍ତା ଉପରେ ଉଚ୍ଚା କଂକ୍ରିଟ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!