ନବାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ଛକ ସାରସବାହାଲ ତଥା ବଣିକ ସଂଘ ଓ ସତସଂଘ ମଣ୍ଡଳୀର ଆନୁକୂଲ୍ୟରେ ଶନିବାର ଦିନରୁ ହେବାକୁ ଥିବା ଷଷ୍ଠତମ ଶ୍ରୀରାମ ଚରିତ ମାନସ (ତୁଳସୀ ରାମାୟଣ) ନବାହ ପରାୟଣ ପାଇଁ ଶୁକ୍ରବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ସହ ଅଧିବାସ କାର୍ଯ୍ୟ ଶେଷ ହୋଇଯାଇଛି । ଶନିବାର ସକାଳ ୯ଟାରେ ନବାହ ପରାୟଣ ଆରମ୍ଭ ହୋଇ ୨୬ ତାରିଖ ଦିନ ପୂର୍ଣ୍ଣାହୁତି ହେବ । ଯଜ୍ଞାଚାର୍ଯ୍ୟ ଭାବେ ପଣ୍ଡିତ ବାଳକୃଷ୍ଣ କର ଓ ହରିକଥା ସେବକ ଭାବେ କୁଲିହାବାହାଲର ଶ୍ରୀମାନ ପ୍ରଶାନ୍ତ ମିଶ୍ର ଦାୟିତ୍ୱ ନେଇଥିବା ବେଳେ ଯଜ୍ଞକର୍ତ୍ତା ଭାବେ ଗୀତାଞ୍ଜଳି ଗଡ଼ତ୍ୟା ଓ ହୃଦାନନ୍ଦ ଗଡ଼ତ୍ୟା ଦାୟିତ୍ୱ ନେଇଛନ୍ତି । ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ସହ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସଭାପତି ମାର୍କଣ୍ଡ ମେହେର, ଉପସଭାପତି ପପୁ ପାତ୍ର, ସଂପାଦକ ବାଳମକୁନ୍ଦ ପରୁଆ, ସହ ସଂପାଦକ ଟୁନା ଚାନ୍ଦ ଓ କୋଷାଧ୍ୟକ୍ଷ ଗଣେଶ ମେହେର ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.