oom

ଆମ୍ବେଦକର ଜୟନ୍ତୀରେ କ୍ୟାଣ୍ଡଲ ଶୋଭାଯାତ୍ରା

jsmm

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଚାରବାହାଲ ଆମ୍ବେଦକର ବିଚାର ମଂଚ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହିଅବସରରେ ସାପ୍ତାହିକ ବଜାରଠାରୁ ଏକ ବିଶ୍ଵ ଶାନ୍ତି ପାଇଁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମଂଚର ଆବାହକ ନିକୁଞ୍ଜ ବିହାରୀ ଚଲାନ ଓ ସଂଯୋଜକ ରବିନାରାୟଣ ଚଲାନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରୁ ବସଷ୍ଟାଣ୍ଡ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତି ନିକଟକୁ ସମସ୍ତେ ଆସିଥିଲେ । ସେଠାରେ ସଂଯୋଜକ ରବିନାରାୟଣ ଚଲାନଙ୍କ ପରିଚାଳନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକ, ଯୁବ ନେତା ପରମେଶ୍ୱର ମୋଟେଲ, ଆମ୍ବେଡକର ବାଦି ଆଶିଷ ପଣ୍ଡା, ସୁରେନ୍ଦ୍ର କର, ଗୌରାଙ୍ଗ ସିଂ, ଝସକେତନ ନାଏକ, ପୁର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ବିଚାରଧାରା ଉପରେ ଆଲୋକପାତ କରିଥିଲେ । ଯୁବ ଆମ୍ବେଦକର ବାଦି ରକି ଧଙ୍ଗଡା ମାଝି ଧନ୍ୟବାଦ୍ ଦେଇଥିଲେ । କାହ୍ନୁ ଚରଣ ସାହୁ, ସନ୍ତୋଷ କର, ଟିନି ତାଣ୍ଡି, ଟଙ୍କ ଚାଲାନ, ବିରେନ୍ଦ୍ର ଚଲାନ, ଭୁଜବଳ ନାଏକ, ବିନୋଦ ମହାନନ୍ଦ, ଶୁଭମ୍ ସୁନାନି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ସ୍ଥାନୀୟ କ୍ରିକେଟ ଟୁର୍ଣାମେଣ୍ଟରେ ଚମ୍ପିୟାନ ହୋଇଥିବା ଦଳକୁ ସମ୍ମାନିତ କରାଯାଇଥିଲା । ସମାଜସେବୀ ମଧୁ ମହାନ୍ତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.