centurian jitm

ବାବେଜୁରୀ ମହାଶିବରାତ୍ରୀ ମେଳା ଉପଲକ୍ଷେ ଅନୁଷ୍ଠିତ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମର ହରଗୌରୀ ମନ୍ଦିରଠାରେ ଅନୁଷ୍ଠିତ ହେବାକୁ ଥିବା ନାମଯଜ୍ଞ ପାଇଁ ମହିଳାଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂଜକ ରୂପେ ପ୍ରଦୁମ୍ନ ଖମାରୀ ପୂଜାର୍ଚ୍ଚନା କରୁଥିବା ବେଳେ ଉଗ୍ରସେନ ମାଝୀ ଓ କ୍ଷୀର ମାଝୀ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ମହାଶିବରାତ୍ରି ମେଳା ଆୟୋଜକ କମିଟିର ସଭାପତି କରୁଣାକର ମାଝୀଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଶ୍ରୀମୁଖ ଧରୁଆ, ଉପସଭାପତି ଭକ୍ତ ସାହୁ, କୋଷାଧ୍ୟକ୍ଷ ଡାକ୍ତର ମାଝୀ, ସହସମ୍ପାଦକ ଅଶୋକ ନାଗ, ପରିଚାଳନା କମିଟିର ଦିଲୀପ ମାଝୀ, ବ୍ୟାସୁ ମାଝୀ, ନୀଳାମ୍ବର ମାଝୀ, ଦୂର୍ଯ୍ୟମଣି ମାଝୀ, ଭକ୍ତ ସାହୁ, ସନ୍ୟାସୀ ମାଝୀ, ନୀଳାମ୍ବର ବାଗ, ଅମିନ ମାଝୀ, ଚିତ୍ତମନ ମାଝୀ, ସପନା ସାହୁ, ବିନତି ସାହୁ, ସୃତି ମାଝୀ, ସେବତୀ ମାଝୀ, ସୁନାମୁଦ୍ରା ମାଝୀ, ରାଜ ମାଝୀ, ଚିତ୍ରସେନ ମାଝୀ, ରାକେଶ ମାଝୀ, ଯୁବରାଜ ମାଝୀ, ଚୈତନ୍ୟ ଧରୁଆ ପ୍ରମୁଖ ସହଯୋଗ କରୁଛନ୍ତିି । ଶୁକ୍ରବାର ମହାଶିବରାତ୍ରି ପର୍ବ ପାଳନ ପାଇଁ ନାମାରମ୍ଭ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି । ସେହିପରି ମୁରିବାହାଲ ବ୍ଲକର ହଦହଦା ଜାମୁଡୁଙ୍ଗୁରୀ ସହ ଅନ୍ୟ ଶୈବପୀଠଗୁଡିକରେ ମଧ୍ୟ ଗୁରୁବାର ମହା ଆଡ଼ମ୍ବରରେ ଶ୍ରଦ୍ଧାଳୁ ମହିଳାଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.