jayashree

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବହେଳା ପ୍ରତିବାଦରେ ଘଣ୍ଟ ଶୋଭାଯାତ୍ରା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୭୫% କେନ୍ଦ୍ରୀୟ ଅନୁଦାନରେ ୧୩ ବର୍ଷ ପରେ ନିର୍ମିତ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୋଠା ୬ ମାସ ଆଗରୁ ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ମଧ୍ୟ ଉଦ୍‌ଘାଟନ ହେଉନଥିବା ପ୍ରତିବାଦରେ ଘଣ୍ଟ ପିଟି ପ୍ରତିବାଦ କରାଯାଇଛି । ପୁରୁଣା ଡାକ୍ତରଖାନାରେ ମଧ୍ୟ ଏକ ୟୁଜିପିଏଚ୍‌ସି ସ୍ଥାପନ କରିବା ଓ ଶୀଘ୍ର ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ ଓକିଲ ତଥା ବିଜେପି ପୂର୍ବତନ ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ ଓ ନାରୀନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଭଦ୍ରଲୋକ ନବନିର୍ମିତ ଡାକ୍ତରଖାନା କୋଠା ଆଗରେ ଘଣ୍ଟ ପିଟି ପ୍ରତିବାଦ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ମିଶ୍ର, ହିମାଂଶୁ ଗଡତିଆ, ବ୍ୟାସଦେବ ମିଶ୍ର, ସୁରେଶ ପାତ୍ର, କେଶବ ସାହୁ, ଶିବ ସାହୁ, ଶ୍ରୀନୀବାସ ଚାନ୍ଦ, ଶ୍ରୀମତୀ ପୂର୍ଣ୍ଣିମା ସା, ମନୋରଞ୍ଜନ ପଧାନ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.