ମ.ରାମପୁର ରାଜପ୍ରସାଦ ମା’ ଡୁକୁରିଙ୍କ ପୀଠରୁ ମଶାଲ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ୨୦୨୩ ପାଇଁ ଭବାନୀପାଟଣା ଅଭିମୁଖେ ମ.ରାମପୁର ରାଜପ୍ରସାଦ ମା’ ଡୁକୁରିଙ୍କ ପୀଠରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ଏହା ଆସନ୍ତା ୧୪ ତାରିଖ ଦିନ ଭବାନୀପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ହିରେନ୍ଦ୍ର ପ୍ରତାପ ସିଂଦେଓ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ନୀଳମାଧବ ସିଂଦେଓ, ସମ୍ମାନିତ ଅତିଥି ମ.ରାମପୁର ବ୍ଲକ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ସଂମ୍ମାନିତ ଅତିଥି ଜୟଦେବ ତାରିଣୀ ଏସ୍‌ଏଇ ମ.ରାମପୁର ଓ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଉକ୍ତ ମଶାଲ ଯାତ୍ରାକୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ନେତୃତ୍ୱରେ କରୁଥିବା ବେଳେ ଜାତୀୟ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ଅମର ସିଂ ଭୋଇ, ସୁଶୀଲ ପଧାନ, କର୍ଲାମୁଣ୍ଡା ବ୍ଲକ କଳାରୁଦ୍ର ଯୁବକ ସଂଘ ହଜାରୀପଡା କୁସୁର୍ଲାର ସଭ୍ୟ ତୁଷ୍ମନ୍ତ ସାହୁ, ଜଗବଳିଆ ଯୁବକ ସଂଘ ସଭ୍ୟ ନରେନ୍ଦ୍ର ପତ୍ର, ଜିତେନ୍ଦ୍ର ପୁଟ ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀ ସଭାପତି ଚନ୍ଦନ ଜେନା, ଅନୀଲ କୁମାର ପରାସେଠ ଏବଂ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.