ମ.ରାମପୁର ଉର୍ଲାଦାନୀ ସହୀଦ ରେଣ୍ଡୋମାଝିଙ୍କ ପିଠରୁ ମଶାଲ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ୨୦୨୩ ପାଇଁ ଭବାନୀପାଟଣା ଅଭିମୁଖେ ଉର୍ଲାଦାନୀ ସହୀଦ ରେଣ୍ଡୋମାଝିଙ୍କ ପୀଠରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୧୪ ତାରିଖ ଦିନ ଭବାନୀପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉର୍ଲାଦାନୀ ସରପଞ୍ଚ ଶ୍ରୀମତି ସୁପ୍ରିୟା ମାଝୀ ସମ୍ମାନିତ ଅତିଥି ଭାବେ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉର୍ଲାଦାନୀ ଫାର୍ମାସିଷ୍ଟ ହେମରାଜ କୁମାର ସାହୁ, ଏମ୍ବିକେ ଶ୍ରୀମତି ରଶ୍ମିତା ପତ୍ର, ବ୍ୟାଙ୍କ ମିତ୍ର ଶ୍ରୀମତୀ ସୁଜତା ପତ୍ର, ସିଆର୍‌ପିଏଫ୍‌ କେମ୍ପର ଅନୁକୂଳ ମହାନ୍ତ, ବିକାଶ ଚନ୍ଦ୍ର ବରାଳ, ଉକ୍ତ ମଶାଲ ଯାତ୍ରାକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱରେ କରୁଥିବା ବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ଅମର ସିଂ ଭୋଇ, ସୁଶୀଲ ପଧାନ, କଳାରୁଦ୍ର ଯୁବକ ସଂଘ ହଜାରୀପଡା କୁସୁର୍ଲାର ସଭ୍ୟ ତୁଷ୍ମନ୍ତ ସାହୁ, ଜଗବଳିଆ ଯୁବକ ସଂଘ ସଭ୍ୟ ନରେନ୍ଦ୍ର ପତ୍ର, ଜିତେନ୍ଦ୍ର ପୁଟ ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀ ସଭାପତି ଚନ୍ଦନ ଜେନା, ଅନୀଲ କୁମାର ପରାସେଠ ଏବଂ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.