jayashree

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ ହକିର ପ୍ରଚାର ଓ ପ୍ରସାର, ପରିବେଶ ସଚେତନତା, ପଶୁ ସଂପଦ ସୁରକ୍ଷା ଓ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ରାଉରକେଲାରୁ ବାହାରି ଦେବ୍ରିଗଡ ଅଭୟାରଣ୍ୟ ପର୍ଯ୍ୟନ୍ତ ଯାତ୍ରା କରିଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଯୁବ ହଷ୍ଟେଲ ସଭାପତି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଧ୍ୟକ୍ଷ ପଦ୍ମନାଭ ଡାଭେ, ରାଜ୍ୟ ଉପସଭାପତି ଗଣେଶ ବାଗାଡିଆ, ସଂପାଦକ ପ୍ରହ୍ଲାଦ ପଟ୍ଟନାୟକ, ସମ୍ବଲପୁର ଶାଖା ଅଧ୍ୟକ୍ଷ ସୁରଜ ଦାସ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । ବୁଦ୍ଧଦେବ ବାସୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପସଭାପତି ପ୍ରତାପ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏହି ଶୋଭାଯାତ୍ରାକୁ ଆରମ୍ଭ କରିଥିବା ସ୍ୱର୍ଗତ ବସନ୍ତ କୁମାର ମଲ୍ଲିକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ବାହାରି ଥିଲା । ସୂଚନାଯୋଗ୍ୟ ଯେ, ଏହି ଶୋଭାଯାତ୍ରା ୭ ଶହ କିମି ଯାତ୍ରା କରି ୨୫ ତାରିଖ ଦିନ ରାଉରକେଲାକୁ ପ୍ରତ୍ୟାବର୍ତ୍ତନ କରିବ । ଏହି ଶୋଭାଯାତ୍ରାରେ ଅନୁଷ୍ଠାନର ୩୪ ଜଣ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.