କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଚବିଶ ପ୍ରହର ନାମଯଜ୍ଞ ପାଇଁ ଗୁରୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ସଂଖ୍ୟାରେ ମହିଳାମାନେ ଏଥିରେ ଭାଗ ନେଇଥିଲେ । ବ୍ରତଧାରୀମାନେ କଳସ ଧାରଣ କରି ସହର ପରିକ୍ରମା କରିଥିଲେ । ଅନୁଷ୍ଠାନର ସଭାପତି ଲୋଟସ ଷଡଙ୍ଗୀଙ୍କ ନେତୃତ୍ୱରେ ହୋଇଥିବା ଶୋଭାଯାତ୍ରାରେ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଶୁକ୍ରବାର ସକାଳ ୯ଟାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ । ଏଥର ପୂଜାରେ ଶରତ ତ୍ରିପାଠୀ କର୍ତ୍ତା ଦାୟିତ୍ୱ ତୁଳାଉଛନ୍ତି ।

Leave A Reply

Your email address will not be published.

error: Content is protected !!