ରାଡବାହାଲରେ ଗିରି ଗୋବର୍ଦ୍ଧନ ପୂଜା ପାଇଁ ୧୦୮ ପୂର୍ଣ୍ଣ କଳସ ଶୋଭାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ରାଡବାହାଲ ଗ୍ରାମରେ ଝରିଆଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ପାଇଁ ବୁଧବାର ପୂର୍ଣ୍ଣ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଝରିଆବନ୍ଦରୁ ଗଙ୍ଗା ନିମନ୍ତ୍ରଣ ପରେ ପୂର୍ଣ୍ଣ କଳସରେ ପାଣି ଭର୍ତ୍ତି କରି ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିବା ସହ ପୂଜା ମଣ୍ଡପରେ ସ୍ଥାପନ କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ପରିଚାଳନା କମିଟିର ସଭାପତି ଗୁରୁଚରଣ ଖର୍ସେଲଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ୧୦୮ ପୂର୍ଣ୍ଣ କଳସ ଶୋଭାଯାତ୍ରାରେ ସଂକ ସଂକିର୍ତ୍ତନ ଘଣ୍ଟ ଶଙ୍ଖ ଖୋଲ ତାଲ ହରିବୋଲ ହୁଳହୁଳି ସହ ପୂଜା ମଣ୍ଡପକୁ ପହଞ୍ଚିଥିଲା । ସଂପାଦକ ଦିବ୍ୟଲୋଚନ ଖର୍ସେଲ ଓ ରାଡବାହାଲ ଝରିଆଯାଦବଙ୍କ ସହ ରାଡଗ୍ରାମବାସୀ ସହଯୋଗ କରିଥିଲେ । ଯଜ୍ଞ କର୍ତ୍ତା ଭାବେ ଗୁରୁଚରଣ ଖର୍ସେଲ ଓ ତାଙ୍କ ଧର୍ମପତ୍ନୀ ଯଶୋବନ୍ତୀ ଖର୍ସେଲ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ପଣ୍ଡିତ ଆନନ୍ଦ ସାଗର ଅଗସ୍ତି ପୂଜାକାର୍ଯ୍ୟ ତୁଳାଉଛନ୍ତି । ଉକ୍ତ ପୂଜାନୋତ୍ସବରେ ମୁଖ୍ୟ ଉପସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଓ ବେଲପଡା ଉପାଧ୍ୟକ୍ଷ ଦୂର୍ଯ୍ୟୋଧନ କୁମ୍ଭାର ଯୋଗ ଦେଇଥିବାର କାର୍ଯ୍ୟକ୍ରମ ରହିଛି । ରାତିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ସେହିପରି ବ୍ଲକର ବେଲପଡାସ୍ଥିତ ଗିରି ଗୋବର୍ଦ୍ଧନ ମନ୍ଦିର ବ୍ୟତିତ ତେନ୍ତୁଲିମୁଣ୍ଡା, ବାହବଲ, ମଣ୍ଡଳ, ମାଲପଡା, ଖପ୍ରାଖୋଲ ବ୍ଲକ ଘଗରା, ପାଟଣାଗଡ ବ୍ଲକ ଭଇଁଷା ଆଦି ବିଭିନ୍ନ ଗ୍ରାମରେ ଆନନ୍ଦ ଉତ୍ସାହରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.