କୁଡ଼ାସିଂହାରେ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଶନିବାର ବିଲ୍ଵବରଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ଡା. ଲଳିତ ସାହୁ ଏବଂ ପତ୍ନୀ ସୋନାଲିକା ସାହୁ ଓ ପୁରୋହିତ ଭାବେ ରଘୁ ପାଣିଗ୍ରାହୀ ଏବଂ ପ୍ରଦ୍ୟୁମ୍ନ ନାଏକ ଦାୟିତ୍ଵ ନିର୍ବାହ କରୁଛନ୍ତି । ଷଷ୍ଠୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ମହାସମାରୋହରେ ଦୁର୍ଗାପୂଜା ପାଳିତ ହେବ । କୋଭିଡ ପାଇଁ ଦୁଇ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ଚଳିତ ବର୍ଷ ପ୍ରତିଦିନ ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବାକୁ ଥିବା ନେଇ ପୂଜା କମିଟି ସଭାପତି ବିରଞ୍ଚି ପଧାନ ଓ ସମ୍ପାଦକ ମନୋରଞ୍ଜନ ଝାଙ୍କର ସୂଚନା ଦେଇଛନ୍ତି । ପରିଚାଳନା କମିଟିରେ ଗଙ୍ଗାଧର ସାହୁ, ପ୍ରକାଶ ସାହୁ, ସୁରେଶ ସାହୁ, ସରୋଜ ସାହୁ, ଉପଦେଷ୍ଟା କମିଟିରେ ହରେକୃଷ୍ଣ ସାହୁ, ରବିଦ୍ର ସାହୁ, ବିଜୟ ସାହୁ ଓ ରାଧେଶ୍ୟାମ ପଥାଳ ପ୍ରମୁଖ ରହିଛନ୍ତି ।

Leave A Reply

Your email address will not be published.