ପାଟଣାଗଡ଼ଠାରେ ଅମୃତ ମହୋତ୍ସବ ପାଳନ ସହ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲାୟନ କ୍ଲବ ଅନୁକୂଲ୍ୟରେ ପାଟଣାଗଡ଼ଠାରେ ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚମୂଖୀ ହନୁମାନ ମନ୍ଦିରଠାରୁ ହାତରେ ତ୍ରିରଙ୍ଗା ଧରି ଶତାଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ବାହାରି ଦେଶ ଭକ୍ତିର ନାରା ଦେବା ସହ ଦେଶ ଭକ୍ତିର ଗାନ କରି ବ୍ରହ୍ମପୁରା ସ୍ଥିତ ରଥଭଟ୍ଟା ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ସାଂସଦ ସଂଙ୍ଗୀତା କୁମାରୀ ସଂଦେଓ ଓ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ସାଧାରଣ ଜନତା, ମାରୱାଡି ମହିଳା ମଞ୍ଚ, ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର ସଦସ୍ୟ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.