ବଜରଙ୍ଗ ଦଳ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଭୁ ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ସହରରେ ବଜରଙ୍ଗ ଦଳ ତରଫରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ପାଟଣାଗଡ଼ ସହରର ବ୍ରହ୍ମପୁରାଠାରୁ ରାମଜୀ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଟଣାଗଡ଼ର ମାନ୍ୟଗଣ୍ୟ ବ୍ୟକ୍ତି, ଶହ ଶହ ଯୁବକ ଓ ଶିଶୁ ମାନେ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ବଳରାମ ସିଂହ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଜରଙ୍ଗ ଦଳ ତରଫରୁ ଏହି ଶୋଭାଯାତ୍ରାରେ ସାମିଲ ହେଇଥିବା ବ୍ୟକ୍ତି ମାନଙ୍କ ପାଇଁ ଥଣ୍ଡା ପାନୀୟ, ଦହି ପାଣି ଇତ୍ୟାଦି ବ୍ୟବସ୍ଥା କରାଯାଇଥିଲା । ଜୟ ଶ୍ରୀରାମ ଓ ଜୟ ହନୁମାନ ନାରାରେ ସମଗ୍ର ସହର ପ୍ରକମ୍ପିତ ହୋଇ ଉଠିଥିଲା ।

Leave A Reply

Your email address will not be published.