ସଇଁତଲାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଥିବା ମା’ ଚଣ୍ଡୀ ମନ୍ଦିରଠାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ବାସନ୍ତିକ ନବରାତ୍ର ଦୁର୍ଗା ପୂଜା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ କିରଣ ମିଶ୍ରଙ୍କ ତତ୍ୱାବଧାନରେ ସ୍ଥାନୀୟ ମନ୍ଦିର ପରିସରରେ ଏକତ୍ରିତ ହୋଇ ଲାନ୍ଥନଦୀ କୂଳ ପହଂଚି ପୂଜାର୍ଚ୍ଚନା କରି କଳସରେ ପାଣି ଆଣି ମଣ୍ଡପ ସ୍ଥାପନ କରିଥିଲେ । ଏହି ପୂଜାରେ କର୍ତା ଭାବରେ ଗୋପାଳ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଖୁସବୁ ଅଗ୍ରୱାଲ ଏବଂ ବିଶାଲ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଖୁସି ଅଗ୍ରୱାଲ ପୂଜାକାର୍ଯ୍ୟ ତୁଲାଇ ଥିଲେ । ଏହି ପୂଜାରେ ପଣ୍ଡିତ ରାଧାକାନ୍ତ ତ୍ରିପାଠୀ, ନବଘନ ଷଡଙ୍ଗୀ, ମାନସ ମିଶ୍ର ଓ ହରି ଦାସ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଏହି କଳସ ଶୋଭାଯାତ୍ରାରେ ମହିଳା ଓ ପୁରୁଷମାନେ ସାମିଲ ହୋଇଥିବା ବେଳେ ନବରାତ୍ର ପୂଜାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ଆୟୋଜନ କରାଯାଇଛି ।

Leave A Reply

Your email address will not be published.